ଆମ୍ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ ଜନ ସମାବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଳକ ସଦର ଉଦ୍ୟାନ ବଗିଚା ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ୨୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ଦାବିରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଭାପତି ସତ୍ୟ ମାହାରଙ୍କ ନେତୃତ୍ୱରେ  ମୁଖ୍ୟ ଅତିଥି ଭାବେ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାୟଗଡା ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁ, ରାଜ୍ୟ ସମ୍ପାଦକ ଅମୀୟ ଶର୍ମା, ବଲାଙ୍ଗୀର ଜିଲ୍ଲା ସଭାପତି ଆଶିଷ ପାଣ୍ଡେ, କଳାହାଣ୍ଡି ଜିଲ୍ଲା ଲୋକସଭା ଇନଚାର୍ଜ କୃତିବାସ ମୁଣ୍ଡ, କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥ ବୁଦ୍ଧିଆ, ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ପି. ଶଙ୍କର ରେଡି, କଳାହାଣ୍ଡି ଜିଲ୍ଲା ଉପ ସଭାପତି ମୋହନ ସାହୁ, ନାରୀନେତ୍ରୀ ମମତା ନାଏକ ପ୍ରମୁଖ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଆମ ଆଦମୀ ପାର୍ଟିକୁ ମଜବୂତ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କର୍ଲାମୁଣ୍ଡା ବ୍ଳକ ସଭାପତି ଦଶରଥ ସାହୁ, ଧରଣୀ ସାହୁ, ଭକ୍ତ ସାହୁ, ଭୂପିନ୍ଦର ଦୀପ ଉମାକାନ୍ତି ସାହୁ, ରୀତା ରାଣୀ ସାହୁ, ଶମ୍ଭୁ ପାଣି ସାହୁ, ଯଶୋଦା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।  ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କର୍ଲାମୁଣ୍ଡା, ମ ରାମପୁର, ନର୍ଲା ଓ କେସିଙ୍ଗା ବ୍ଲକରୁ ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.