ରେଗେଡାଠାରେ ନୂତନ କୃଷି ସମବାୟ ସମିତି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ନୂତନ କୃଷି ସମବାୟ ସମିତି କାର୍ଯ୍ୟାଳୟ  ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ କର କମଳରେ ଉଦଘାଟିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ସିଂ ଯୋଗଦେଇଥିବା ବେଳେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନୀ ସାହୁ, ରେଗେଡା ସରପଞ୍ଚ ଦିପ୍ତିରାଣୀ ସାହୁ, ସମିତି ସଭ୍ୟା ଗେଳ କମ୍ଫ, ନାଏବ ସରପଞ୍ଚ ସନ୍ଧ୍ୟା ବାଗ, ଯୋରାଡବରା ପେକ୍ସ ସଭାପତି ଦେବରାଜ ରଣା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୂଚରିତା ମୁଗ୍ରୀ, ଏଆରସିଏସ ମଧୁସୂଦନ ମେହେର, ପୂର୍ବତନ ସରପଞ୍ଚ ତଥା ପେକ୍ସ ସଗଠକ ସୁଶାନ୍ତ ପରିଡ଼ା, ପେକ୍ସ ସଭାପତି ରେଗେଡା ପ୍ରଦୀପ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକଙ୍କ ସର୍ବାଙ୍ଗିନ ବିକାଶରେ ସମବାୟ ସମିତିର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଯୁବ କବି ପ୍ରଶାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଗେଡ଼ା ପଞ୍ଚାୟତର ଯୋଗିପଲା, ବିଜାପାଟି, ଦାଣ୍ଡିଭଜା, ରେଗେଡା ଓ ଭୋଇରମୁଣ୍ଡା ଗ୍ରାମର ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.