ଅନୁସୂଚିତ ଜାତି ଓ ଜନଜାତିର ଔଦ୍ୟଗୀକ ଯୁବକ ଯୁବତୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): “ଜଣେ ବ୍ୟକ୍ତି ମାଲିକ ହେବ ନା ନୌକର ହେବ, ଏହା ତାର ନିଜସ୍ୱ ପସନ୍ଦ” ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଉଦ୍ୟୋଗୀ ଯୁବକ ଯୁବକମାନଙ୍କୁ ପରାମର୍ଶ ଛଳରେ କହିଛନ୍ତି ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି, ଇମ୍ଫାର ଉପସଭାପତି ଆଶିଷ କୁମାର ରାୟ । ଜାତୀୟ ଏସ. ଟି /ଏସ.ସି ହବ ର ଓଡିଶା ଶାଖା ମୁଖ୍ୟ ଶୁଭାଶିଷ ଦାସ ଓ ତାଙ୍କର ସହଯୋଗୀ ପି.କେ.କର ଓ ବି.କେ.ପଣ୍ଡା ଅଂଶ ଗ୍ରହଣକାରୀଙ୍କୁ ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉପଲବ୍ଧ ସବୁ ସୁବିଧା ସୁଯୋଗ ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ପରିଚାଳକ ବିକାଶ ଚନ୍ଦ୍ର ବାଇନ, ଉପମୁଖ୍ୟ ପ୍ରବନ୍ଧକ, ନାବାର୍ଡ ସନ୍ତୋଷ କୁମାର ସାମଲ, ଆର.ସେ.ଟିର ନିର୍ଦ୍ଦେଶକ ସରୋଜ କାନ୍ତ ପୃଷ୍ଟି, ଅଣୁ କ୍ଷ୍ୟୁଦ୍ର ଓ ମାଧ୍ୟମ ଶିଳ୍ପ ବିଭାଗର ସହକାରୀ ନିର୍ଦେଶକ ଏମ.କେ.କୋଟି ରତ୍ନମ ଯୋଗଦେଇ ନିଜ ନିଜ ବିଭାଗର କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ଇମ୍ଫାର ଉପ ମୁଖ୍ୟ ପ୍ରବନ୍ଧକ କଲୋଲ କୁମାର ନାୟକ ଅଂଶ ଗ୍ରହଣକାରୀଙ୍କୁ ଇମ୍ଫା ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ଶିଳ୍ପକେନ୍ଦ୍ରର ଅଧିକାରୀ ସବ୍ୟସାଚୀ ସାହୁ ଯୋଗ ଦେଇ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଲୋକ ସମ୍ପର୍କ ବିଭାଗର ଅଧିକାରୀ ଶକ୍ତି ପାଣିଗ୍ରାହୀ ଆୟୋଜନ କରିଥିବା ବେଳେ ସ୍ଥାନୀୟ ସାମାଜିକ କର୍ମୀ ରାଧାଶ୍ୟାମ ପଣ୍ଡା ସଂଯୋଜନା କରିଥିଲେ । ସ୍ଥାନୀୟ ଅଞ୍ଚଳର ପ୍ରାୟ ୪୦ ଜଣ ଶିକ୍ଷିତ ଯୁବକ ଯୁବତୀ ଏହି କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତା ରବି ଓ ମାନସ ମହାପାତ୍ର ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.