୭୦ବର୍ଷରେ ପାଦ ଥାପିଲେ ଜନପ୍ରିୟ ନେତା ଭାସ୍କର ରାଓ; ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ପାଳିଲେ ଜନ୍ମଦିନ

ଋକ୍ତଦାନ ଶିବିରରୁ ୨୭୦ୟୁନିଟ୍ ରକ୍ତ ସଂଗୃହିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ରାଜନୀତିରେ ଯାହାଙ୍କ ନାମ ନ ନେଲେ ରାଜନୀତି ପୂରଣ ହଏ ନାହିଁ ସେ ହେଉଛନ୍ତି ବିଜୁ ଜନତା ଦଳର ଟାଣୁଆ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ଦଳର ରାଜ୍ୟ ଉପସଭାପତି ଏନ.ଭାସ୍କର ରାଓ । ରାଜ୍ୟରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଜିଲ୍ଳାବାସୀଙ୍କ ନିକଟରେ ପଂହଚାଇବା ସହ ଯୋଗ୍ୟ ହିତାଧିକାରୀଙ୍କୁ ତାଙ୍କ ମୈାଳିକ ଅଧିକାର ମିଳିବାରେ ସବୁବେଳେ ଉଦ୍ୟମ ଜାରି ରଖିଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅନୁଗତ ଭାସ୍କର ରାଓଙ୍କ ଭୂମିକା ତଥା ଦଳ ପ୍ରତି ଥିବା ତାଙ୍କ ଦୁର୍ବଳତା ଯୋଗୁଁ ସେ କଂଗ୍ରେସ ଗଡକୁ ବିଜେଡି ଗଡରେ ପରିଣତ କରିବାରେ ସଫଳ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜନୀତି ଜୀବନରେ ସେ ୫୦ବର୍ଷ ଅତିକ୍ରମ କରିସାରିଥିବା ବେଳେ ତାଙ୍କ ଜୀବନ ପାହାଚରେ ମଧ୍ୟ ସେ ୭୦ ବର୍ଷରେ ପଦାର୍ପଣ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭାସ୍କରଙ୍କ ୭୦ତମ ଜନ୍ମଦିବସ ପାଳନ ଅବସରରେ ରାୟଗଡା ନିର୍ବାଚନୀ ମଣ୍ଡଳିର ବିଜେଡି ଶିବିର ଉତ୍ସବ ମୁଖର ହୋଇପଡିଥିଲା । ରାଣୀଗୁଡା ଫାର୍ମ ସ୍ଥିତ ଭାସ୍କରଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳାର ସମସ୍ତ ବ୍ଳକର ବହୁ ବିଜେଡି ନେତା,କର୍ମୀ,ଜନ ପ୍ରତିନିଧିଙ୍କ ସମେତ ସମର୍ଥକମାନେ ପଂହଚି ପୁଷ୍ପଗୁଚ୍ଛ,ଉପଢୈାକନ ଦେଇ ଭାସ୍କରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ବିଜେପି ଜିଲ୍ଳା ସଭାପତି ଶିବ ପଟ୍ଟନାୟକ,ଗୁଣପୁର ପୈାରପାଳିକାର ପୈାରାଧ୍ୟକ୍ଷ ଶିବ ଗୈାଡଙ୍କ ସମେତ ଅନ୍ୟମାନେ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଏହି ଜନ୍ମ ଦିବସ ପାଳନ ଅବସରରେ କତୁରୁ ସ୍ଥିତ ଅନାଥାଶ୍ରମ ଓ ରୟତ କଲୋନୀ ସ୍ଥିତ ନବଜୀବନ ଟ୍ରଷ୍ଟ ଠାରେ ଥିବା ଅନ୍ତେବାସୀଙ୍କୁ ପେନ,ପେନସିଲ,ବ୍ୟାଗ,ବହି,ଖାତା ଆଦି ପାଠ୍ୟ ଉପକରଣ ବଂଟନ କରାଯାଇଥିବା ବେଳେ ହାଉସିଂ ବୋର୍ଡ ସ୍ଥିତ ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କୁ ଶାଢୀ,ଲୁଙ୍ଗି ସହ ଖାଦ୍ୟ ବଂଟନ କରାଯାଇଥିଲା ବେଳେ ଅନ୍ତେବାସୀମାନେ ଭାସ୍କରଙ୍କ ଦୀର୍ଘାୟୁ କାମନା କରି ଆର୍ଶିବାଦ ଦେଇଥିଲେ ।

Udyog Nursery
Udyogi Nursery

ଏଥିସହ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ରୋଗୀ ଅନ୍ତେବାସୀଙ୍କୁ ଫଳ ବଂଟନ କରାଯାଇଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଯେଉଁଥରେ ୨୭୦ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଆଗାମୀ ସାଧାରଣ ନିର୍ବାଚନରେ ରାୟଗଡା ଜିଲ୍ଳାର ୩ ଗୋଟି ନିର୍ବାଚନୀ ମଣ୍ଡଳିର ବିଧାୟକ ସହ କୋରାପୁଟ ଲୋକସଭା ସାଂସଦ ପଦବୀକୁ ବିଜେଡି ଖାତାକୁ ଆଣିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଭାସ୍କରଙ୍କ ଉପରେ ପୁଣି ଥରେ ବିଶ୍ୱାସ ଓ ଆସ୍ଥା ପ୍ରକଟ କରି ଦଳର ରାଜ୍ୟ ଉପସଭାପତି ପଦବୀରେ ନିଯୁକ୍ତି କରିଥିବା ବେଳେ ଯେ କୈାଣସି ନିର୍ବାଚନରେ ଭାସ୍କରଙ୍କ ଗୋଟି ଚାଳନା ତଥା ରଣନୀତି ବିରୋଧିଙ୍କୁ ପରାଜୟର ବାଟ ଦେଖାଇଛି ତାହା ନିର୍ବାଚନ ରେକର୍ଡ ଦେଖିଲେ ଯେ କେହି ବିଶ୍ୱାସ କରିପାରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.