ଦେଶର ସର୍ବାଧିକ ସମୟ ଦ୍ୱିତୀୟ ମୁଖ୍ୟମନ୍ତ୍ରୀଙ୍କୁ କେକ୍ କାଟି ଅଭିନନ୍ଦନ ଜଣାଇଲା ରାୟଗଡା ବିଜେଡି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାଜନୈତିକ କ୍ୟାରିୟରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ରେକର୍ଡ । ଦେଶର ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦୀର୍ଘ ବର୍ଷ ସରକାରରେ ରହି ଶାସନ ଗାଦିରେ ମୁଖ୍ୟମନ୍ତ୍ରୀ ପଦବୀରେ ସିକିିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ତାମଲିଙ୍ଗି ସର୍ବାଧିକ ୨୪ବର୍ଷ ୧୬୬ଦିନ ରହି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଦୀର୍ଘ ୨୫ ବର୍ଷ ଜନସେବାରେ ଏ ଯାଏଁ ମୁଖ୍ୟମନ୍ତ୍ରୀ ପଦବୀରେ ରହି ଆସିଛନ୍ତି ନବୀନ ପଟ୍ଟନାୟକ । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ ୩୪ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇ ଥିବା ବେଳେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରେକର୍ଡ ଭାଙ୍ଗି ୨୩ବର୍ଷ ୧୩୮ଦିନରୁ ଅଧିକ ଦିନ ଭାବେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିବାରୁ ଓଡିଶାବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳା ସଦର ମହକୁମା ରିଙ୍ଗ ରୋଡ୍ ସ୍ଥିତ ବିଜେଡି କର୍ମୀ କାର୍ଯ୍ୟାଳୟରେ ବରିଷ୍ଠ ସଂଗଠକ ୟାଲ୍ଳା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ)ଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ କେକ୍ କାଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଯାଇଛି । ଏଥିରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେକ୍ କାଟି ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ବିଷୟରେ ନଜ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା କାଶୀ ନାଇଡୁ, ରାୟଗଡା ଲ୍ୟାମ୍ପ ସଭାପତି ଚକ୍ର ବିଡିକା, ପି.ମଣିରତ୍ନମ, ବି.ଦିନଙ୍କର, କେ.ଶ୍ରୀନିବାସ, ବିରଜା ପାତ୍ର, କେ.ସି.ପଟ୍ଟନାୟକ, ନୀଳ ଗନ୍ତାୟତ, ମଇନା ଆଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.