ବୀରମହାରାଜପୁର ବିଧାୟକଙ୍କ ଦ୍ଵାରା ଉଦଘାଟିତ ହେଲା ସେଲଫି ପଏଣ୍ଟ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବିନିକା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବିନିକା ଏନଏସି ମୁଖ୍ୟ ଗେଟ ଠାରେ ୧୯ଲକ୍ଷ ୮୧ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା “ମୋର ବିନିକା ମତେ ସୁନ୍ଦର” ସେଲଫି ପଏଣ୍ଟକୁ ଉଦ୍ଘାଟନ କରିଥିଲେ। ପରେ ସେଲଫି ପଏଣ୍ଟ ପରିସର ଭିତରକୁ ଯାଇ ଏହାର ସୌନ୍ଦର୍ଯ୍ୟକୁ ଦେଖିଥିଲେ । ପରେ ମହାନଦୀ ସେତୁ ନିକଟ ବିଜୁ ପଟ୍ଟନାୟକ ପାର୍କ ଠାରେ ୨୯ଲକ୍ଷ ୭୧ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବ୍ୟାୟାମଶାଳା ଏବଂ ଶିଶୁ କ୍ରୀଡା ସ୍ଥଳୀକୁ ଲୋକାର୍ପଣ କରିଥିଲେ । ପରେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟକୁ ଆସି ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ୧୭ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ, ଉପାଧ୍ୟକ୍ଷା ତପସ୍ୱିନୀ ମେହେର, କାର୍ଯ୍ୟନିର୍ବାହୀ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବହୁ ବିଜେଡ଼ି ନେତା ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.