ସଇଁତଲା ସହରରେ ମାଙ୍କଡ଼ ଆତଙ୍କ, ଧରିବା ପାଇଁ ହଜିଯାଇଛି ବନ ବିଭାଗର ନିଦ

୧୫ ରୁ ଉର୍ଦ୍ଧ ଲୋକ ଆକ୍ରମଣର ଶୀକାର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ଏବେ ମାଙ୍କଡ଼ ପଲ ଆତଙ୍କ ଦେଖାଯାଇଛି। ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଦେଖାଦେଇଛି। ମୋଟର ସାଇକେଲ ଶବ୍ଦ ଶୁଣି ମାଙ୍କଡ଼ ବାଇକ ଆରୋହୀ ବ୍ୟକ୍ତିମାନଙ୍କୁ ଦୌଡାଉ ଥିବାରୁ ସହରର ୧୫ ରୁ ଉର୍ଦ୍ଧ ଲୋକ ଆକ୍ରମଣର ଶୀକାର ହୋଇସାରିଲେଣି। ଏହି ହିଂସ୍ର ମାଙ୍କଡ଼ଙ୍କୁ ଧରିବା ପାଇଁ ସଇଁତଲା ଗୋପବନ୍ଧୁ ପଡାବାସୀ ତୁରନ୍ତ ପଦକ୍ଷେପ ନେବା ପାଇଁ ବନ ବିଭାଗ ଅଧିକାରୀଙ୍କୁ ଦାବୀ କରିଛନ୍ତି। ପ୍ରକାଶ ଯେ, ସଇଁତଲା ବ୍ଲକ ଅଞ୍ଚଳର ଆଖ ପାଖ ଠାରେ ଥିବା ଜଙ୍ଗଲ ଧୀରେ ଧୀରେ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଲାଣି। ଯାହାଫଳରେ ବନ୍ୟଜନ୍ତୁମାନେ ଜଙ୍ଗଲରେ ଖାଦ୍ୟ ଅଭାବରୁ ଦେଖାଦେବାରୁ ଗାଁ ମୁହାଁ ହେଉଛନ୍ତି। ଯଦ୍ୱାରା ଗାଁମାନଙ୍କରେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଅନେକ କ୍ଷୟକ୍ଷତି ସହିବାକୁ ପଡୁଛି। ଏହି ମାଙ୍କଡ଼ ପଲ ଗାଁର ବାଡ଼ି ବଗିଚାରେ ହେଉଥିବା ଫଳ ମୂଳ ପନିପରିବା ଚାଷଗୁଡିକୁ ନଷ୍ଟ କରୁଥିବା ସହ ଲୋକଙ୍କ ବିଶେଷ କ୍ଷତି ପହଞ୍ଚାଇଛନ୍ତି। ଏହାରି ଭିତରେ ଏକ ମାଙ୍କଡ଼ ପାଗଳ ହେବା ସହ ଅତ୍ୟନ୍ତ ହିଂସ୍ର ହୋଇପଡିଛି। ଏହି ମାଙ୍କଡ଼ଟି ସହରରେ ବୁଲି ବୁଲି ଲୋକମାନଙ୍କୁ ଆକ୍ରମଣ କରୁଅଛି। ଫଳରେ ୧୫ ରୁ ଉର୍ଦ୍ଧ ଲୋକଙ୍କୁ ମାଙ୍କଡ଼ଟି କାମୁଡିବା ସହ କ୍ଷତାକ୍ତ କରି ଦେଇଛି। ଏପରିକି ମାଙ୍କଡ଼ ମଟର ସାଇକେଲ ଶବ୍ଦ ଶୁଣି ଦୌଡାଉଥିବା ରୁ ଅନେକ ବାଇକ ଆରୋହୀ ଦୁର୍ଘଟଣାର ଶୀକାର ମଧ୍ୟ ହେଉଛନ୍ତି। ଯାହାକୁ ନେଇ ସହରବାସୀ ଅତ୍ୟନ୍ତ ଭୟଭୀତ ହେଉଛନ୍ତି।  ମହିଳା ଓ ଶିଶୁମାନେ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଉକ୍ତ ହିଂସ୍ର ମାଙ୍କଡ଼ଟି ଗୋପବନ୍ଧୁ ପଡା, ଥାନା ଅଞ୍ଚଳ, ୨୬ ନମ୍ବର ଜାତୀୟ ରାଜପଥ, ନ୍ୟୁ ମାର୍କେଟ ଓ ବଙ୍ଗଳା ଛକ ସହ ବିଭିନ୍ନ ପଡାକୁ ଯାଇ ଅଞ୍ଚଳରେ ଆତଙ୍ଗ ମଚାଉଥିବାରୁ ଘଟଣାକୁ ନେଇ ଗୋପବନ୍ଧୁ ପଡାବାସୀ ସ୍ଥାନୀୟ ରେଞ୍ଜରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ବନ ବିଭାଗ ମଧ୍ୟ ମାଙ୍କଡ଼କୁ ଧରିବା ପାଇଁ ଉଦ୍ୟମ ଜାରୀ ରଖିଥିବା ଦେଖିବାକୁ ମିଳିଛି। ଯଦି ବନ ବିଭାଗ ତୁରନ୍ତ ପଦେକ୍ଷପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.