ଝାରପଡାରେ ଜିଲ୍ଲା ଶ୍ରମ ଅଧିକାରୀ; ଶୁଣିଲେ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକଙ୍କ ଗୁହାରି 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସୁବର୍ଣ୍ଣପୁର ଜ଼ିଲ୍ଲା ବିନିକା ବ୍ଲକ ସେଲେଡି ପଂଚାୟତର ଅବହେଳିତ ଶ୍ରମିକ ବସ୍ତି ଝରାପଡା କୁ ପହଞ୍ଚିଲେ ଜ଼ିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଏବଂ ବସ୍ତି ଲୋକ ଙ୍କ ସବୁ ସମସ୍ୟା ଗୁହାରି ଶୁଣିଲେ l ଦୁଇଟି ଛୁଆ କୁ ଛାଡି ବାହାର ରାଜ୍ୟ କୁ ଦାଦନ ଖଟି ଯାଇ ନିର୍ଦ୍ଦିଷ୍ଟ କମ୍ପାନୀ ମାଲିକ ପାଖରେ ବନ୍ଧା ପଡିଥିବା ଏଇ ବସ୍ତି ର ଦୁଇ ଜଣ ସ୍ୱାମୀ ସ୍ତ୍ରୀ ରାଜୁ ଝରା ଓ ସୁରୁବାଲି ଝରା କୁ ଉଦ୍ଧାର, ସମସ୍ତ ଶ୍ରମିକ ଙ୍କ ବାକିଆ ପାଉଣା ବ୍ୟବସ୍ଥା, ଦିନ ମଜୁରିଆ ଓ ନିର୍ମାଣ କାର୍ଯ୍ୟ ରେ ଥିବା ସମସ୍ତ ଶ୍ରମିକ କୁ ପଞ୍ଜି କରଣ କରାଇ ସମସ୍ତ ସରକାରୀ ସୁବିଧା ଯୋଗାଇବାକୁ ଓ ଦୀର୍ଘ ବର୍ଷ ରୁ ଦଲାଲ ସାଜି ଏହି ବସ୍ତିର ଲୋକଙ୍କୁ ମିଛ ଆର୍ଥିକ ପ୍ରଲୋଭନ ଦେଖାଇ ବାହାର ରାଜ୍ୟର ମାଲିକ ମାନଙ୍କଠାରୁ ମୋଟାଅଙ୍କ ନିଜେରଖି ଶ୍ରମିକ ମାନଙ୍କୁ ପଠାଇଦେଇ ସେମାନଙ୍କୁ ଶୋଷଣ ଓ ଅତ୍ୟାଚାର କରି ମାଡ଼ ମାରିଥିବା ସମ୍ପୃକ୍ତ ପାଖ ଶ୍ରମିକ ଦଲାଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାଖା ପ୍ରତିଶୁତି ଦେଇଛନ୍ତି ଏବେ ଦେଖିବାକୁ ବାକି ରହିଲା କେତେ ଶିଘ୍ର ରେସ୍କ୍ୟୁ ଟିମ ଯାଇ ବାହାର ରାଜ୍ୟରେ ବନ୍ଧା ପଡିଥିବା ରାଜୁ ଓ ସୁରୁବାଲିକୁ ଉଦ୍ଧାର କରି ଆଣୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.