ସଇଁତଲା ରେଲୱେ ଷ୍ଟେସନରେ ୨ ଘଣ୍ଟା ଅଟକି ରହିଲା ଇସ୍ପାତ ଟ୍ରେନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ରେଲୱେ ଷ୍ଟେସନ ଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨ ଘଣ୍ଟା କାଳ ଅଟକି ରହିଥିଲା ସୁପର ଫାଷ୍ଟ ଇସ୍ପାତ ଟ୍ରେନ । ଯାହାଫଳରେ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହେବାକୁ ପଡିଥିଲା l ଏଥିରେ ରେଲୱେ ବିଭାଗର ଟେକ୍ନିକାଲ ଟିମ୍ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସଫଳ ହୋଇପରି ନ ଥିଲା l ପରେ ମାଳବାହୀ ଟ୍ରେନର ଇଞ୍ଜିନ ଲାଗିବା ପରେ ଟ୍ରେନ ହାୱଡା ଅଭିମୁଖେ ଯାତ୍ରା କରିଥିଲେ l ପ୍ରକାଶ ଯେ ଆଜି ସକାଳେ ଠିକ୍ ସମୟରେ ଇସ୍ପାତ ଏକ୍ସପ୍ରେସ ଟିଟିଲାଗଡ଼ ରୁ ହାୱାଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ଟ୍ରେନ୍ ସକାଳ ୫ଟା ୫୦ ମିନିଟରେ ସଇଁତଳା ଷ୍ଟେସନରେ ପହଞ୍ଚିଥିଲା। ଏହି ସମୟରେ ଇସ୍ପାତ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଟ୍ରେନଟି ଯିବାରେ ବିଳମ୍ବ ହେବାରୁ ଯାତ୍ରୀମାନେ ଅସୁବିଧା ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ରେଳବାଇର ଟେକ୍ନିକାଲ ଟିମ୍‌ ତ୍ରୁଟି ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ହେଲେ ଇଞ୍ଜିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏହି ଟ୍ରେନଟି ଦୀର୍ଘ ସମୟ ଧରି ଅଟକି ରହିଥିଲା। ସଇଁତଳା ଷ୍ଟେସନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଇଞ୍ଜିନରେ ଇସ୍ପାତ ଏକ୍ସପ୍ରେସ୍ ୭ଟା ୫୫ରେ ସଇଁତଳା ଷ୍ଟେସନ ଛାଡ଼ିଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଟ୍ରେନ ଇଞ୍ଜିନରେ ତ୍ରୁଟି ଥିଲା ତାହେଲେ ହଜାର ହଜାର ଯାତ୍ରୀମାନଙ୍କୁ ନେଇ କାହିଁକି ଟ୍ରେନଟି ଆଗକୁ ଯାଉଥିଲା ବୋଲି ଯାତ୍ରୀମାନେ ପ୍ରଶ୍ନ କରିଛନ୍ତି। ଏଣୁ ଟ୍ରେନ ପରିଚାଳନା କାଯ୍ୟରେ ଅବହେଳା କରିଥିବା କର୍ମଚାରୀ ଙ୍କ ବିରୁଦ୍ଧ‌ରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.