ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵରର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନାରେ ମାସିକ କବିତା ଆସର ଆଭାସୀ ମଞ୍ଚରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ସୁଶିକ୍ଷାବିତ୍ ଡ଼ ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି ସହ ମଙ୍ଗଳାଚରଣରେ ସମସ୍ତଙ୍କୁ ଶୁଭାଭିନନ୍ଦନ କରିଥିଲେ । ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱ ବକ୍ତବ୍ୟ ସହ ବନ୍ଧୁତା ଦିବସ ଆସରର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏଭଳି ଭାବପୂର୍ଣ୍ଣ ପରିବେଶକୁ କେହି ହାତଛଡା କରିବା ଉଚିତ ନୁହେଁ ବୋଲି ତେଲେଙ୍ଗାନାର ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଭାବବିହ୍ବଳ ହୋଇ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ମହର୍ଷି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ଡ଼କ୍ଟର ନଳିନୀପ୍ରଭା ମହାପାତ୍ର ବନ୍ଧୁତା ଦିବସର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇବା ସହ କବିତା ଲେଖିବାର ଶୈଳୀ, ପ୍ରକାର,ବିଭାଗ ଉପରେ ପ୍ରାଞ୍ଜଳ ଆଲୋଚନା କରିଥିଲେ । ସାହିତ୍ୟିକ ସମାଜକୁ ଦିଗଦର୍ଶନ ଦେବା ସହ ସମାଜ ଗଠନର ମୁଖ୍ୟ ଭୂମିକା ନିଭାଇଥାଏ । ସାରଳା ସାହିତ୍ୟ, ଚର୍ଯ୍ୟା ସାହିତ୍ୟ ଇତ୍ୟାଦି ସହ ଆଧୁନିକ ସାହିତ୍ୟ ଉପରେ ନିଜ ବକ୍ତବ୍ୟ ରଖିଥିଲେ ଏବଂ ଶେଷରେ ଏକ ସୁନ୍ଦର ମନଛୁଆଁ କବିତା ପାଠ କରିଥିଲେ । ରଞ୍ଜନ କୁମାର ମହାନ୍ତି ମୁଖ୍ୟ ଅତିଥି ପ୍ରଫେସର ନଳିନୀପ୍ରଭା ମହାପାତ୍ରଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ସାହିତ୍ୟିକ କବି ବନ୍ଧୁ ପରିବାରର ରାଜ୍ୟ ସଂଯୋଜିକା ରୀତା ଅପରାଜିତା ମହାନ୍ତି କବିତା ଆସରର ସଂଯୋଜନା କରିଥିଲେ । ମୁମ୍ବାଇର ସ୍ନେହ ମିଶ୍ର, କଟକରୁ ହେମନ୍ତ କୁମାର ସାହୁ, ବିଷ୍ଣୁପ୍ରିୟା ପଣ୍ଡା, ବାଲେଶ୍ବରରୁ ରଞ୍ଜନ କୁମାର ମହାନ୍ତି, ବିପିନ ବିହାରୀ ବାରିକ, ଯାଜପୁରରୁ ସସ୍ମିତେଶ ସାହୁ, ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ଭୁବନେଶ୍ୱରରୁ ଡ ପ୍ରିୟମ୍ବଦା ସାମଲ, ରୀତା ଅପରାଜିତା ମହାନ୍ତି, ବଦ୍ରିନାରାୟଣ ମହାନ୍ତି, ଢେଙ୍କାନାଳ ଜିଲ୍ଲାର ଯୁବକବି ତପନ କୁମାର ବିଶ୍ବାଳ, କେନ୍ଦ୍ରାପଡାରୁ ବନଲକ୍ଷ୍ମୀ ମହାନ୍ତି, କୋରାପୁଟରୁ ରାଜେଶ୍ବରୀ ନନ୍ଦ, ଚନ୍ଦ୍ର କଳା ଦେବୀ, କେନ୍ଦୁଝରରୁ ରତିନାରାୟଣ ରାଉତ, ତେଲେଙ୍ଗାନାରୁ ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର, ଆମେରିକାରୁ ପ୍ରଫୁଲ୍ଲ କୁମାର ଦାସ, ଗଞ୍ଜାମରୁ ବୈଜୟନ୍ତୀ ମାଳା ମହାପାତ୍ର ଇତ୍ୟାଦି ସ୍ରଷ୍ଟା ବନ୍ଧୁବାନ୍ଧବୀ ମାନେ କବିତା ପାଠ କରିଥିବା ବେଳେ ମୁଖ୍ୟ ଅତିଥି ସମସ୍ତ କବିତାକୁ ଆନନ୍ଦିତ ହୋଇ ଶ୍ରବଣ କରି ସମୀକ୍ଷା କରିଥିଲେ। ଉକ୍ତ କବିତା ଆସରରେ ରାଜ୍ୟର ତଥା ରାଜ୍ୟ ବାହାରର ୩୬ ରୁ ଉର୍ଦ୍ଧ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରିଥିଲେ । ଗଳ୍ପ ଆସରର ଅନ୍ତିମ ପର୍ଯ୍ୟାୟରେ ପରିବାରର ଉପ ସଭାପତି ସ୍ନେହ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ନିବେଦନ କରିଥିବା ବେଳେ ଶିକ୍ଷାବିତ୍ ରତିନାରାୟଣ ରାଉତ ଜନକଲ୍ୟାଣ ମନ୍ତ୍ର ପାଠ କରିବା ସହ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ସଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସଭାସାଙ୍ଗ ଘୋଷଣା କରିଥିଲେ ।