ବାଘ ଆତଙ୍କ; ମାସେ ଭିତରେ ଗୋଟିଏ ଗାଁରୁ ୨ ବାଛୁରୀକୁ ମାରି ଖାଇଲା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସଦର ବ୍ଲକ ଅମାନାରା ପଂଚାୟତରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି | ଗତକାଲି ରାତିରେ ଆମାନାରା ପଂଚାୟତ ତରିଆମହୁଆଭଟା ଗାଁର ଏକ ବାଛୁରୀକୁ ବାଘ ଟେକି ନେଇ ମାରି ଖାଇଦେଇଛି | ବାଛୁରୀଟି ତରିଆମହୁଆଭଟା ଗାଁର ହୁମନ ନାୟକଙ୍କ ବୋଲି ସୂଚନା ମିଳିଛି | ବାଛୁରୀଟିର ମର ଶରୀର ଗାଁ ପାଖ ଜଙ୍ଗଲରେ ମିଳିଛି | ବନ ବିଭାଗ ଶବକୁ ଜବତ କରି ତଦନ୍ତ ଆରମ୍ବ କରିଛି | ତେବେ ଏକ ମାସ ମଧ୍ୟରେ ତରିଆମହୁଆଭଟା ଗାଁରେ ବାଘ ବାଛୁରୀକୁ ଟେକି ନେଇ ଖାଇବା ଏହା ହେଉଛି ଦ୍ଵିତୀୟ ଘଟଣା | ଏହା ପୂର୍ବରୁ ମଧ୍ୟ ଏହି ପରି ଅନେକ ଘଟଣା ଦେଖିବାକୁ ମିଳିଛି | ଜିଲ୍ଲାରେ ବାଘର ଆତଙ୍କ ସବୁବେଳେ ରହିଛି | ଏପରି ପରିସ୍ଥିତି ରେ ସରକାରଙ୍କ ତରଫରୁ ସରକାରୀ ରାଶି ପ୍ରଦାନ କରାଯାଇ ଥାଏ କିନ୍ତୁ ଏହି ଅନୁଦାନ ରାଶି ନ ପାଇ ଥିବା ଅନେକ ଲୋକ ଆଜି ବି ଅପେକ୍ଷାରେ ଥିବା ସ୍ଥନୀୟ ସରପଞ୍ଚ ଅଭିଯୋଗ କରିଛନ୍ତି | ତେବେ ଏ ନେଇ ବନ ବିଭାଗ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବାରୁ ଜଣେ ହେଲେ ହିତାଧିକାରୀ ଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇ ପାରି ନାହିଁ, ଆମ ତରଫରୁ ସବୁ ପ୍ରକାର କାର୍ଯ୍ୟ ସମ୍ପୂର୍ଣ ହୋଇଯାଇଛି, କାଗଜ ପତ୍ର ଡି.ଏଫ.ଓ. ଅଫିସରୁ ଟ୍ରେଜେରୀ ଅଫିସକୁ ଯାଇ ସେଠାରେ ରହି ଯାଇଥିବା ସୂଚନା ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.