ନେଟୱ୍ଵାର୍କର ମନ୍ଥର ଗତି ଯୋଗୁଁ ଚାଷୀ ମନରେ ଅସନ୍ତୋଷ, ପଞ୍ଜିକରଣ ମିଆଦ ବୃଦ୍ଧି ପାଇଁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗତ ଦୁଇ ଦିନର ବର୍ଷାରେ କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ମନରେ ଏକପ୍ରକାର ଆଶ୍ୱସ୍ତି ଦେଖିବାକୁ ମିଳିଛି। ଏବେ ସମଗ୍ର ରାଜ୍ୟରେ ବର୍ତ୍ତମାନ ଖରିଫ୍ ଧାନ ବିକ୍ରୟ ନିମନ୍ତେ ଚାଷୀମାନଙ୍କ ପଞ୍ଜିକରଣ ଜୋରସୋରରେ ଚାଲିଛି। ସେଥିପାଇଁ ପ୍ୟାକ୍ସ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଚାଷୀ ପଞ୍ଜିକରଣ ନିମନ୍ତେ ଆସନ୍ତା ଅଗଷ୍ଟ ୧୫ ତାରିଖ ଶେଷ ହେବାକୁ ବସିଥିବା ବେଳେ ଚାଷୀ ମନରେ ନାମ ପଞ୍ଜିକରଣକୁ ନେଇ ଆଶଙ୍କା ଦେଖା ଦେଇଛି।

Omkar Vasthu
Omkar Vasthu

ଦିନ ତମାମ ନେଟୱ୍ଵାର୍କ ଅତି ମନ୍ଥର ଭାବେ ଚାଲୁଥିବା ଯୋଗୁଁ ଚାଷୀ ମନରେ ଅସନ୍ତୋଷ ଦେଖାଦେଇଛି। ଚାଷୀ ନିଜର ଚାଷକାର୍ଯ୍ୟ ଛାଡି ଦିନ ତମାମ ପ୍ୟାକ୍ସରେ ଜଗି ରହୁଛନ୍ତି ପଞ୍ଜିକରଣ ନିମନ୍ତେ। ଗୋଟିଏ ପଟେ ସରକାର ଡିଜିଟାଲ ଇଣ୍ଡିଆର ଗୁଣଗାନ କରୁଥିବା ବେଳେ ବାସ୍ତବରେ ତାହା ଅଭିଶାପରେ ପରିଣତ ହୋଇଛି। ସରକାର 4ଜି ଛାଡି 5ଜି ସେବା ଯୋଗାଇ ଦେବାକୁ ଦେଶବାସୀଙ୍କୁ ସ୍ଵପ୍ନ ଦେଖାଇବାରେ ବ୍ୟସ୍ତ କିନ୍ତୁ ଗ୍ରାମାଞ୍ଚଳରେ 2ଜି ର ସେବା ମଧ୍ୟ ଯୋଗାଇ ଦେବାକୁ ସରକାର ଏକପ୍ରକାର ଅକ୍ଷମ ଓ‌ ଅସମର୍ଥ ବୋଲି ଜନସାଧାରଣ କଠୋର ସମାଲୋଚନା କରୁଛନ୍ତି।‌ଏଭଳି ଅବ୍ୟବସ୍ଥା ମଧ୍ୟରେ ସରକାର ଚାଷୀ ପଞ୍ଜିକରଣ ଅଗଷ୍ଟ ମାସ ଶେଷ ଯାଏଁ ବୃଦ୍ଧି କରିବାକୁ ସାଧାରଣରେ ଦାବି ହେଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.