ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା ଅଗଷ୍ଟ ମାସ ୪ ତାରିଖ ସୋନପୁର ପୋଲିସ ପକ୍ଷରୁ ଆୟୋଜିତ ହେଉଥିବା ବିଶାଳ ରକ୍ତ ଦାନ ଶିବିର ସକାଶେ ଆଜି ଏକ ମେଗା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ହିକୁଡି ଫାଣ୍ଡି ସମ୍ମୁଖରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଟାଉନ ଥାନା ଅଧିକାରୀ ପଦ୍ମାସିନି ମେହେର, ଆର ଆଇ ପ୍ରଦ୍ୟୁମ୍ନ ପଟେଲ ଓ ଫାଣ୍ଡି ଅଧିକାରୀ ଚିତ୍ତ ରଞ୍ଜନ ମହାନନ୍ଦିଆ, ଏସ ଆଇ ଏକାଦଶିଆ ପଧାନ, ଶ୍ରୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ l ମହାନଦୀ ହିକୁଡି ଫାଣ୍ଡି ଠାରୁ ମା ସୁରେଶ୍ୱରୀ ମନ୍ଦିର ଯାଏ ବିଭିନ୍ନ ସ୍ଲୋଗାନ ଦେଇ ଏକ ସଚେତନତା ବାଇକ ରାଲି କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା l ଏବଂ ନୂତନ ରକ୍ତ ଦାତା ଙ୍କ ଆଗ୍ରହ ବଢ଼ାଇ ବାକୁ ସହର ବାସୀ ଙ୍କୁ ରକ୍ତ ଦାନ ଓ ପରିବେଶ ପ୍ରତି ମୋଟିଭେସନ କରାଯାଇଥିଲା l ସ୍ୱଚ୍ଛ ଭାରତ, ଯୋଗାଳୟ, ସୋନପୁର କଲେଜ ଏନ ସି ସି, ଓ ଅନ୍ୟ ଛାତ୍ର ଛାତ୍ରୀ, ଯଶୋଦା ଦେବୀ ନର୍ସିଙ୍ଗ ଛାତ୍ରୀ, ପୁରାତନ ଛାତ୍ର, ଡ୍ରାଇଭର ସଂଘ, ଦେଶ ଫାଲ ମହୋତ୍ସବ କମିଟି, ହିକୁଡି ଯୁବକ ସଂଘ, ରିଜର୍ଭ ପୋଲିସ, ସୋନପୁର ଥାନା ଓ ହିକୁଡି ଫାଣ୍ଡି ପୋଲିସ କର୍ମଚାରୀ ସମେତ ସହର ର ବିଭିନ୍ନ ସଂଗଠନ ର ଶତାଧିକ ସ୍ବେଛାସେବୀ ବର୍ଷା ବାଧା ସତ୍ୱେ ଏହି ରାଲି ରେ ଯୋଗ ଦେଇଥିଲେ l ରକ୍ତଦାତା ମନୋଜ ପଣ୍ଡା, ସ୍ବେଛାସେଵୀ ମନୋରଞ୍ଜନ ତ୍ରିପାଠୀ, ପୋଲିସ ଦିନେଶ ମିଶ୍ର ଓ ଯୁବ ସଂଗଠକ ସିକୁନ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l