ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସମ୍ବଲପୁରୀ ଭାଷା ସାହିତ୍ୟର ପୁରୋଧା ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସାରା ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ ଭାବରେ ଏହି ପରିପ୍ରେକ୍ଷିରେ ସୁବର୍ଣ୍ଣପୁରରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ସମ୍ବଲପୁରୀ ଦିନ୍। ଜିଲ୍ଲାର ସମସ୍ତେ ସମ୍ବଲପୁରୀ ପୋଷାକ ପରିଧାନ ସାଙ୍ଗକୁ ଜମିଛି ସମ୍ବଲପୁରୀ ନାଚ ଗୀତ ର ଆସର । ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ହିଁ ଏ ଦିନ୍ ପାଳନର ମୂଳ ଲକ୍ଷ୍ୟ ବୋଲି ଆୟୋଜକ କମିଟି କର୍ମକର୍ତ୍ତାଙ୍କ ସୁତ୍ର ରୁ ପ୍ରକାଶ। ସ୍ଥାନୀୟ ବ୍ଲକଛକ ମୁକ୍ତମଞ୍ଚ ରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ସମାରୋହରେ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ,ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଯୁବନେତା ଅରବିନ୍ଦ ବାରିକ, ବୀରମହାରାଜପୁର ଉପାଧ୍ୟକ୍ଷ ନାରାୟଣ ଲୁହା, ଡିଆଇପିଆରଓ ଅଶ୍ଵିନୀ ଭୋଇ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଯୁବନେତା ଆକାଶ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ସମ୍ବଲପୁରୀ ଲୋକ ନାଚଗୀତ ପ୍ରତି ସମର୍ପିତ ଅନୁଷ୍ଠାନ ରୁମୁକୁଝୁମାନାର ଶାସ୍ବତ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଦିବସକୁ ଜିଲ୍ଲା ରେ ସମ୍ବଲପୁରୀ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ପାଇଁ କାମ କରୁଥିବା ଵହୁ ଅଗ୍ରଣୀ ଅନୁଷ୍ଠାନ, ପଶ୍ଚିମ ଓଡ଼ିଶା ଯୁବାମଞ୍ଚ, ପଶ୍ଚିମାଞ୍ଚଲ ଏକତା ମଞ୍ଚ, ଚନ୍ଦ୍ରିକା ସେବା ଟ୍ରଷ୍ଟ ସ଼ହ ବିଭିନ୍ନ ସାଂସ୍କୃତିକ ସଂଗଠନ୍ ର ସଭ୍ୟ ଓ ସୁବର୍ଣ୍ଣପୁର ର ସଂସ୍କୃତି ପ୍ରେମୀ ଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ଦିବସରେ ସମସ୍ତେ ସମ୍ବଲପୁରୀ ନାଚଗୀତ ର ତାଳେ ତାଳେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ବିଶେଷ ଭାବରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସିଧା ପ୍ରସାରିତ କରିଥିବା ସ୍ଥାନୀୟ ସମ୍ବଲପୁରୀ ନ୍ୟୁଜ୍ ଚେନାଲ ବିଗୁଲ ଟିଭିର ମୁଖ୍ୟ ସ୍ଵତାଧିକାରୀ ସନ୍ତୋଷ ମିଶ୍ର, ବିଶିଷ୍ଟ ଦଣ୍ଡ ସମ୍ରାଟ ରସିକ ସାହୁ, ଦେବାଶିଷ ପଟ୍ଟନାୟକ, ଭାଗିରଥି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।