ଅଞ୍ଜଲିନା ପ୍ରଧାନ ହେଲେ ସୁବର୍ଣ୍ଣପୁର ଏଡିଏମ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସମ୍ବଲପୁରରେ କାର୍ଯ୍ୟରତ ଅତିରିକ୍ତ ଉପ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନଙ୍କୁ ସୁବର୍ଣ୍ଣପୁର ଏଡିଏମ ଭାବେ ନିଯୁକ୍ତି ମିଳିଛି। ପୁର୍ବରୁ ଥିବା ଏଡିଏମ ନିଶି ପୁନମ ମିଞ୍ଜଙ୍କ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଶ୍ରୀମତୀ ପ୍ରଧାନଙ୍କୁ ଦାୟିତ୍ୱ ମିଳିଛି। ସେ ଦୀର୍ଘ ବର୍ଷ ହେଲା ସମ୍ବଲପୁରରେ ବିଭିନ୍ନ ପଦ ପଦବୀରେ ରହି ସୁଚାରୁ ରୂପେ କାର୍ଯ୍ୟଭାର ସମ୍ଭାଳି ଆସୁଥିବାବେଳେ ସମାଜସେବୀ ଅଧିକାରୀ ଭାବେ ସମ୍ବଲପୁରରେ ତାଙ୍କର ଖୁବ୍ ସୁନାମ ରହିଛି। ସେ ନିଜ ଅଙ୍ଗଦାନ କରିଥିବା ସହ ବହୁ ବାର ରକ୍ତଦାନ ମଧ୍ୟ କରିଛନ୍ତି। କରୋନା ମହାମାରି ସମୟରେ ମଧ୍ୟ ସେ ଦକ୍ଷତାର ସହ ନିଜ କାର୍ଯ୍ୟ ନିର୍ବାହ କରିଥିଲେ। ମନ୍ଦିରମାଳିନୀ ତଥା ସଂସ୍କୃତି ସଂପନ୍ନ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅଞ୍ଜଲିନାଙ୍କ ପଦୋନ୍ନତି ତଥା ବଦଳି ହୋଇଥିବାରୁ ସେ ଖୁବ୍ ଖୁସିଥିବା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ବିିଭିନ୍ନ ଜନ ହିତକର ଯୋଜନାର ସୁଫଳ କିଭଳି ଜନସାଧାରଣଙ୍କୁ ଉପଲବ୍ଧ ହେବ ମୁଁ ସେନେଇ ସର୍ବଦା ଚେଷ୍ଟା କରିବି ବୋଲି ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.