ବ୍ରାହ୍ମଣ ସମାଜ ପକ୍ଷରୁ ସାମୂହିକ ରକ୍ଷା ବନ୍ଧନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୩୦ ତାରିଖ ଅପରାହ୍ନ ୪ ଟାରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ କ୍ରିୟା ଯୋଗ ଆଶ୍ରମରେ ସାମୂହିକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କଳାହାଣ୍ଡି ଲେଖକ କଳା ପରିଷଦ ସମ୍ମିଳନୀ କକ୍ଷରେ ଅୟୋଜିତ ପ୍ରସ୍ତୁତି ବୈଠକରେ ସମାଜ ପକ୍ଷରୁ ସ୍ଥିର କରାଯାଇଛି। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଉପସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ପ୍ରଜ୍ଞା ବହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ସମ୍ପାଦକ ଉମେଶ ପଣ୍ଡା, ନଗର ସଭାପତି ସୁରେନ୍ଦ୍ର ନେଗୀ, ନଗର ସମ୍ପାଦକ ଶେଷଦେଵ ମିଶ୍ର ସମେତ ପ୍ରଜ୍ଞା ବାହିନୀର ସଦସ୍ୟା ଓ ବ୍ରାହ୍ମଣ ସମାଜର ସଦସ୍ୟ ମାନେ ଯୋଗଦେଇ ଥିଲେ। ୩୦ ତାରିଖ ଅପରାହ୍ନ ୪ଟା ରେ ଭଗବାନ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଓ ପ୍ରଜ୍ଞା ବାହିନୀର ଭଉଣୀ ମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବା ପରେ ମହିଳା ମାନଙ୍କ ମଧ୍ୟରେ ଶଙ୍ଖ ଫୁଙ୍କା ଓ ଗୀତା ଆବୃତି ପ୍ରତିଯୋଗିତା ଅୟୋଜିତ ହେବ। ସନ୍ଧ୍ୟା ୬ଟାରେ ସାଧାରଣ ସଭା, ରାକ୍ଷୀ ଉପରେ ନାରୀ କବି ମାନଙ୍କ ଦ୍ୱାରା କବିତା ପାଠୋତ୍ସଵ ଓ ପୁରସ୍କାର ବିତରଣ କରାଯିବ ବୋଲି ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.