ହାଇଦ୍ରାବାଦ ଆଇଆଇଟିରେ ମମିତାଙ୍କ ରହସ୍ୟ ଜନକ ମୃତ୍ୟୁ

ରାଗିଂ ଓ ପରେ ହତ୍ୟା କରାଯାଇଥିବା ନେଇ ପରିବାରବର୍ଗଙ୍କ  ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରି ଗ୍ରାମର ଦୁଃଖୀଶ୍ୟାମ ନାଏକ ଝିଅ ମମିତା ନାଏକ (୨୧) ଙ୍କ ଆଇଆଇଟି ହାଇଦ୍ରାବାଦରେ ଅଧ୍ୟୟନରତ ସମୟରେ ନିଜ ରୁମରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇ ଥିବାବେଳେ ତାଙ୍କ କୋଠରିରୁ ଏକ ସୁଇସାଇଡ ନୋଟ ମଧ୍ୟ ସ୍ଥାନୀୟ ପୁଲିସ ଜବତ କରିଥିବା ଜଣାପଡିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ତାଙ୍କର କାକା ପ୍ରସାଦ ନାଏକ ଅଭିଯୋଗ କରିଛନ୍ତି। ଗତ ୨୬ ତାରିଖ ସେ ଘରୁ ନିଜ କାକା ପ୍ରସାଦ ନାଏକଙ୍କ ସହିତ ହାଇଦ୍ରାବାଦ ଯାଇଥିଲେ। ଓ ସେ ବେଶ ଖୁସି ମଧ୍ୟ ଥିବା ବେଳେ ଅଗଷ୍ଟ ୭ ତାରିଖ ସୋମବାର ରାତି ୯ ସମୟରେ ଆଇଆଇଟି କଲେଜ ଅଧ୍ୟକ୍ଷ ଫୋନ କରି ମମିତା ଆତ୍ମହତ୍ୟା କରିଥିବା ପରିବାର ବର୍ଗଙ୍କୁ ସୂଚନା ଦେଇଥିଲେ। ମମିତାଙ୍କ କୋଠରିରୁ ଏକ ସୁଇସାଇଡ ନୋଟ୍ ଜବତ ହୋଇଛି। ସେଥିରେ ପାଠପଢ଼ା ଚାପ ସାଙ୍ଗକୁ ଆର୍ଥିକ ଅସୁବିଧା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ଥିବା ତେଲେଙ୍ଗାନା ପୁଲିସ ସୂଚନା ଦେଇଥିଲା।‌ ଅପରପକ୍ଷେ ମମିତା ଜଣେ ମେଧାବୀ ଛାତ୍ରୀ ଏବଂ ସେମାନଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସ୍ବଚ୍ଛଳ ଥିବା ପରିବାର ଲୋକେ କହିଛନ୍ତି। ମମିତା ବୁର୍ଲା ସ୍ଥିତ ଭିସୁଟରୁ ବି-ଟେକ ପାସ କରି ଚଳିତ ବର୍ଷ ହାଇଦ୍ରାବାଦ ଆଇଟିଆଇ ରେ ସ୍ନାତକୋତ୍ତର ରେ ନାମ ଲେଖାଇଥିଲେ। ଚାରି ଭାଇ ଭଉଣୀ ମଧ୍ୟରୁ ମମିତା ଥିଲେ ଏକମାତ୍ର ଝିଅ ତାଙ୍କ ମୃତ୍ୟୁ ଖବର ପାଇବା ପରେ ବନ୍ଧୁ ପରିଜନ ସାଙ୍ଗସାଥୀ ତଥା ବୀରମହାରାଜପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଉକ୍ତ ସ୍ଥାନକୁ ମୃତ ଦେହ ନେବାକୁ ଯାଇଥିବା ତାଙ୍କ କାକା ପ୍ରସାଦ ନାଏକ କହିବା ଅନୁସାରେ ମମିତା ଯେଉଁ ଠାରେ ଆତ୍ମହତ୍ୟା କରିଥିବା କୁହାଯାଉଛି ସେ ଟେବୁଲ୍ ଉପରେ ଚୈକି ପକାଇଲେ ମଧ୍ୟ ପଙ୍ଖା କୁ ହାତ ପାଇବ ନାହିଁ। ତେଣୁ ଏହା ଆତ୍ମହତ୍ୟା ନୁହେଁ ବରଂ ରାଗିଂ କରି ହତ୍ୟା କରିବା ପରେ ଝୁଲାଇ ଦେଇ ଆତ୍ମହତ୍ୟା ରୂପ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.