ଡୁମେରପଦର ଗ୍ରାମବାସୀଙ୍କ ସହ ଆଲୋଚନା କଲେ ମୈତ୍ରୀ କମ୍ପାନୀ ଅଧ୍ୟକ୍ଷ

ବିଜୁଳି ଓ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କାଶିପୁର ବ୍ଳକ ସୁଙ୍ଗେର ଗ୍ରାମ ପଂଚାୟତ ଅନ୍ତର୍ଗତ ଡୁମେରପଦର ଗ୍ରାମବାସୀଙ୍କ ସହ ଆଜି ଆଲୋଚନା କରିଛନ୍ତି ମୈତ୍ରୀ କମ୍ପାନୀ ଅଧ୍ୟକ୍ଷ ଶ୍ରୀନିବାସୀ ରାଓ । ଏହି ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ମଧ୍ୟରେ ପାନୀୟ ଜଳ ଓ ବିଜୁଳି ସମସ୍ୟା ଏକ ମୁଖ୍ୟ ସମସ୍ୟା ରହିଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୈତ୍ରୀ କମ୍ପାନୀ ଅଧ୍ୟକ୍ଷ ଶ୍ରୀ ରାଓ ଆଗାମୀ ଦିନରେ ପାନୀୟ ଜଳ ଯୋଗାଣ ଓ ନିରବିଚ୍ଛନ ବିଦ୍ୟୁତ ସେବା ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଆଜି ଡୁମେରପଦର ଗ୍ରାମରେ ମୈତ୍ରୀ କମ୍ପାନୀ ଅଧ୍ୟକ୍ଷ ଶ୍ରୀ ରାଓ,କମ୍ପାନୀ ଇଡି ଏନ.ସତ୍ୟନାରାୟଣଙ୍କ ସମେତ ଅନ୍ୟ କର୍ତୁପକ୍ଷମାନେ ଗ୍ରାମରେ ପଂହଚିଥିବା ବେଳେ ଗ୍ରାମବାସୀମାନେ ଫୁଲଚନ୍ଦନ ଟିକା ଦେଇ ସମସ୍ତଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ପରେ ଗାଁର ବିଭିନ୍ନ ସମସ୍ୟା ନେଇ ଆଲୋଚନା ପରେ ମୈତ୍ରୀ କମ୍ପାନର ସହଯୋଗର ପ୍ରତିଶୃତିକୁ ନେଇ ବେଶ୍ ଖୁସିବକ୍ତ୍ୟ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.