ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଦେଶରେ ୭୭ ତମ ସ୍ବାଧିନତା ଦିବସ ଭାରତ ବର୍ଷରେ ସବୁ ସ୍ଥାନରେ ପାଳନ କରି ଆଜିକାର ଦିବସକୁ ଉପଭୋଗ କରୁଥିବା ବେଳେ ଗୋଲାମୁଣ୍ଡା ବ୍ଲକରେ ମଧ୍ୟ ସରକାରୀ ବେସରକାରୀ ତଥା ସବୁ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧିନତା ଦିବସ ପାଳନ କରାଯାଇଥିଲା । ଗୋଳାମୁଣ୍ଡା ବ୍ଲକ ଅଧିନ ଓଡିଶା ଆଦର୍ଶ ବିଦ୍ୟାଳୟ ଗୋଲାମୁଣ୍ଡା, ପଞ୍ଚାୟତ ହାଇସ୍କୁଲ ମାନଝରୀ, ବ୍ଲକ କାର୍ଯ୍ୟାଳୟ ଗୋଲାମୁଣ୍ଡା, ସହିଦ ବୀର ଜବାନ ବିଜେନ୍ଦ୍ର ନାଥ ରାଉତ ରାଉତଙ୍କ ପ୍ରତିମୂର୍ତ୍ତି ସ୍ଥାନ ବୃନ୍ଦାବାହାଲ ସମେତ ବିଭିନ୍ନ ସ୍ଥାନରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦାନ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ବାଧିନତା ଦିବସ ପାଳନ ଅବସରରେ ଗୋଲାମୁଣ୍ଡା ବିଡିଓ ଶ୍ରୀଧର ପଣ୍ଡା, ବିପିଏମ ସୁଧାଂଶୁ ଶେଖର ବିଶ୍ବାଳ, ବ୍ଲକର ମୁଖ୍ୟ କିରାଣୀ ମନୋଜ ଠାକୁର, ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ରାଉତ, ସହିଦ ବୀର ଯାବନଙ୍କ ପିତା ପତିତ ରାଉତ ଓ ଭଉଣୀ ମାଣିକ୍ୟ ରାଉତ, ଧର୍ମଗଡ ଉପଖଣ୍ଡ ପୋଳିସ ଅଧିକାରୀ ଧିରୋଜ ଚୁପଦାର, ସବ ଇନ୍ସିପେକ୍ଟର ଶାନ୍ତି ତିର୍କି, ଏଏସଆଇ ହେମନ୍ତ ହରିଜନ ଓ ରାମ ଚନ୍ଦ୍ର ଶବର, ମାନଝରୀ ସରପଞ୍ଚ  ଜଗୁଜୀବନ ଅଘ୍ରିଆ, ସାମାଜିକ କର୍ମୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ନକଟିକାନି ସମିତି ସଭ୍ୟ ମହିରାଜ ମାଝୀ, ମାନଝରୀ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଆନନ୍ଦ ମେହେର, ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଳ ସୁକାନ୍ତ କୁମାର ଘଡାଇ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.