ଝିଅକୁ କାନ୍ଧରେ ବସାଇ ବୁଲାଉଥିବା ବେଳେ ଗୁଡ଼ିମାଡ଼, ଯୁବକ ଗୁରୁତର

ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ନିଜର କୁନି ଝିଅକୁ କାନ୍ଧରେ ବସାଇ ବୁଲାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି । ଫଳରେ ଯୁବକ ଜଣକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବରେଲି ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ମହମ୍ମଦ ସୋଏବ । ଖବରପାଇ ପୋଲିିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି । ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହାକୁ ଆଧାର କରି ପୋଲିିସ ତଦନ୍ତ ଚଳାଇଛି । ଉତ୍ତରପ୍ରଦେଶର ଶାହାଜାହାନପୁରରେ ଚକ୍ କୋତୱାଲି ଅଞ୍ଚଳର ମହମ୍ମଦ ସୋଏବ ପଞ୍ଜାବରୁ ଘରକୁ ଆସିଥିଲେ । ଗତ ସୋମବାର ରାତିରେ ସୋଏବ ତାଙ୍କ ଝିଅକୁ କାନ୍ଧରେ ବସାଇ ବଜାର ବୁଲିବାକୁ ଯାଉଥିଲେ । ଏହି ସମୟରେ ଜଣେ ଦୁବୃର୍ତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ପରେ ତାଙ୍କ ଦୁଇ ସହଯୋଗୀଙ୍କ ସହ ବାଇକରେ ବସି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସୋଏବଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ସହ ତଦନ୍ତ ଚଳାଇଛି । ଗୁଳିକାଣ୍ଡର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ଜଣାଯାଇଛି ଯେ, ପୂର୍ବରୁ ସୋଏବଙ୍କ ବିବାହକୁ କେନ୍ଦ୍ର କରି ସହରରେ ଏକ ପରିବାର ସହିତ ବିବାଦ ଦେଖାଦେଇଥିଲା । ପରେ ସେ ଦିଲ୍ଲୀରେ ଅନ୍ୟତ୍ର ବିବାହ କରିଥିଲେ । ତେଣୁ ଏହି ଘଟଣାକୁ ନେଇ ଗୁଳିକାଣ୍ଡ ହୋଇଥାଇପାରେ ବୋଲି ତାଙ୍କ ପରିବାର ଲୋକେ ସନ୍ଦେହ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.