ଖଲ୍ଲିକୋଟ ମିନି ଷ୍ଟାଡିଅମକୁ ରାମଦୋଳି ପାଇଁ ଟେକିଦେଲା ପ୍ରଶାସନ, କ୍ରୀଡ଼ାବିତ ମହଲରେ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଅଂଚଳରେ କ୍ରୀଡା ଓ କ୍ରୀଡ଼ାବିତ ମାନଙ୍କ ବିକାଶ ପାଇଁ ଗତ ୧୯୯୦ ମସିହାରେ ଖଲ୍ଲିକୋଟ ସ୍ଥିତ ଜୟଦୁର୍ଗା ପାହାଡ ତଳେ ପ୍ରତିଷ୍ଠା ହୋଇଥିବା ମିନି ଷ୍ଟାଡିଅମଟି ଏଵେ ସ୍ଥାନୀୟ ପ୍ରଶାସନ ଖେଳାଳି ମାନଙ୍କ ପାଇଁ ଉପଯୋଗ କରିବା ପରିବର୍ତ୍ତେ ଅପେରା ଓ ରାମଦୋଳି ପାଇଁ ଟେକିଦେଉଥିବା ଯୋଗୁ ସ୍ଥାନୀୟ ଖେଳାଳି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଏହି ମିନି ଷ୍ଟାଡିଅମକୁ ଅଣ-ଖେଳ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି। ଏହି ଷ୍ଟାଡିଅମକୁ ସରକାରୀ ଦଳର ମହିଳା ସମାବେଶ ଭଳି ବିଭିନ୍ନ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଫଳରେ ଷ୍ଟାଡିଅମରେ ବିଭିନ୍ନ ଖାଲଖମା ସୃଷ୍ଟି ହେବା ସହ ଖେଳ ପରିବେଶ ନଷ୍ଟ ହେଉଛି। ଏହି ଷ୍ଟାଡିଅମର ମୁଖ୍ୟ ଫାଟକ ଓ ଶୌଚାଳୟ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଶୌଚାଳୟଟି ଭାଙ୍ଗିବାକୁ ବସିଲାଣି। ସେହିପରି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଫୁଟପାଥ ନିର୍ମାଣ ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ତେବେ ସ୍ଥାନୀୟ ଏନଏସି ର ବିନା ପରାମର୍ଶରେ ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦାର ଅନୁମତି ଦେଇଥିବା ରାମଦୋଳି ମାଲିକ ପ୍ରଦୀପ୍ତ କୁମାର ମିଶ୍ର ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ସ୍ଥାନୀୟ ବିଡ଼ିଓଙ୍କୁ ଅନୁମତି ସମ୍ପର୍କରେ ପଚାରିବାରୁ କୌଣସି ଅନୁମତି ଦିଆଯାଇନି ବୋଲି ପ୍ରକାଶ କରିଛନ୍ତି। ସେହିପରି ରାମଦୋଳି ସମ୍ପର୍କରେ ଏନଏସି ମଧ୍ୟ ଅନ୍ଧାରରେ ରହିଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.