ଭିଜିଲାନ୍ସ ଜାଲରେ ସଇଁତଲା ଶିକ୍ଷା ବିଭାଗର ଆକାଉଟେଣ୍ଟ

୧୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଳା ସଇଁତଳା ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଆକାଉଟେଣ୍ଟ ଅଜୟ ଖୁଣ୍ଟିଆ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଣେ ଶିକ୍ଷକଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଛନ୍ତି। ପ୍ରକାଶ ଯେ, ଆକାଉଟେଣ୍ଟ ଜଣକ ଶିକ୍ଷକ ସହଦେଵ ଦନ୍ତାଙ୍କ ଡିଏ, ଏରିଅର ଏବଂ ନୂଆ ପେନସନ ଟଙ୍କା କରାଇଦେବା ପାଇଁ ୧୮ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି ଯୋଜନା ମୁତାବକ ସେ ୧୮ ହଜାର ଟଙ୍କା ଆକାଉଟେଣ୍ଟଙ୍କୁ ଦେଇଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ ଚଢ଼ଉ କରି ଆକାଉଟେଣ୍ଟଙ୍କୁ ଗିରଫ କରିଥିଲେ। ଏଥିସହ ୧୮ ହଜାର ଟଙ୍କା ତାଙ୍କ ପକେଟରୁ ଜବତ କରିଥିଲେ। ଏହାପରେ ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ରହୁଥିବା ଗୋପବନ୍ଧୁପଡା ଭଡାଘରେ ଚଢ଼ାଉ କରି ବଲାଙ୍ଗୀର ଫେରିଯାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.