ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପତ୍ନୀ ବିୟୋଗ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମପତି ଗହୀରଙ୍କ ଧର୍ମପତ୍ନୀ ତେଜସ୍ବିନୀ ଗହୀର ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମପରାୟଣ ଓ ମେଳାପୀ ମହିଳା ଥିଲେ। ତାଙ୍କ ମର ଶରୀର ଘୁନସର ଗାଁରେ ପହଞ୍ଚିବା ପରେ ନୂଆଁମୁଣ୍ଡା ବନ୍ଦ ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ମାଳ ଗୋଳାବାରୁଦ କାରଖାନାରେ ଚାକିରୀ କରୁଥିବା ବଡ଼ ପୁଅ ସତ୍ୟବାନ ଗହୀର ମୁଖାଗ୍ନି ଦେଇଥିଲେ। ଗାଁରେ ମୃତ୍ୟୁ ଶଯ୍ୟା ନିକଟରେ ମଝିଆ ପୁଅ ନାରାୟଣ, ସାନ ପୁଅ ପୁରୋଷତ୍ତମ, ବଡ଼ ଝିଅ ନିରୁପମା, ଅନୁପମା, ମାନିନୀଙ୍କ ସହ ଝିଅ ଜ୍ୱାଇଁ, ବନ୍ଧୁବାନ୍ଧବ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଘୁନସର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.