ସ୍କୁଟି ସହ ଗଞ୍ଜେଇ ଜବତ, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ପୋଲିସର ଟିମ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଏସଆଇ ସସ୍ମିତା ଭୂତିଆ ତାଙ୍କ ଟିମ ସହ ବୁଢ଼ାରଜା ଛକରେ ଗୋଟାଏ ମେରୁନ ରଙ୍ଗ ସୁଜୁକି ସ୍କୁଟି ନଂ (OD17X- 9771)କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୧୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ସ୍କୁଟି ଚାଳକ ସୁବଳୟା ଥାନା ଟେଭାପଦର ଗ୍ରାମର ସଂଗ୍ରାମ କୁମାର କର୍ଡିଆ (୨୭) ବର୍ଷ ନାମକ ବ୍ୟକ୍ତିଙ୍କୁ ସୋନପୁର ଥାନା ପିଏସ କେସ ନଂ ୧୯୮ ଗିରଫ କରାଯିବା ସହ ଆଜି କୋର୍ଟ ଚାଲାଣ କରାଯାଇ ଥିବା ନେଇ ଏସଡିପିଓ ରାଜକିଶୋର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ସ୍କୁଟିଟି ଜିଲ୍ଲା ପୋଲିସ ବିଭାଗର ଜଣେ ଅଧିକାରୀଙ୍କ ବୋଲି ବେସରକାରୀ ସୂତ୍ରରୁ ଜଣାପଡ଼ିଥିବା ବେଳେ ଏ ନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଉକ୍ତ ସମ୍ମିଳନୀରେ ଅଧିକାରୀଙ୍କ ପକ୍ଷରୁ ସୁଚନା ଦିଆଯାଇଥିଲା । ଉକ୍ତ ସମ୍ମିଳନୀରେ ଆଇଆଇସି ପଦ୍ମାସିନୀ ମେହେର, ଏସଆଇ ସସ୍ମିତା ଭୁତିଆଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.