ତାଲା ଝୁଲିଲା ଉପରପଡା ସ୍କୁଲରେ

ବିଏସସି ବିଇଡି ଶିକ୍ଷକ ନଦେଲା ଯାଏଁ ତାଲା ଖୋଲିବ ନାହିଁ -ସରୋଜ ପୁଝାରୀ, ଅଧ୍ୟକ୍ଷ ବିଦ୍ୟାଳୟ ପରିଚାଳନା କମିଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଉପରପଡା ୟୁପି ସ୍କୁଲରେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦେବାନେଇ ତାଲା ମାରିଛନ୍ତି ପରିଚାଳନା ସମିତି ସଦସ୍ୟ ଓ ଅଭିଭାବକ । ବିଏସସିବିଇଡି ଶିକ୍ଷକ ଦେବା ଦାବୀ ନେଇ ଶୁକ୍ରବାର ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକ ମାନେ । ଆଜି ଶନିବାର ସକାଳ ୬ ଟାରେ ବିଦ୍ୟାଳୟରେ ତାଲା ମାରିଥିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟର ଚାରି ଜଣ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକ ଏଭଳି ୫ ଜଣ ସକାଳୁ ସ୍କୁଲ ଆସି ଗେଟ ବାହାରେ ୧୧ ଟା ଯାଏଁ ବସି ଚାଲିଯାଇଥିଲେ ଘରକୁ । ଏହି ବିଦ୍ୟାଳୟରେ ବହୁତ ଦିନରୁ ଶିକ୍ଷକ ସମସ୍ୟା ଲାଗି ରହିଛି । ୮ ଗୋଟି ଶ୍ରେଣୀ ପାଇଁ ୫ ଜଣ ଶିକ୍ଷକ ରହିଛନ୍ତି ବିଦ୍ୟାଳୟରେ । ସେଥି ମଧ୍ୟରୁ ୪ ଜଣ ଶିକ୍ଷୟତ୍ରୀ ଓ ଜଣେ ମାତ୍ର ଶିକ୍ଷକ ରହି ଶିକ୍ଷାଦାନ କରୁଥିବା ବେଳେ ବିଜ୍ଞାନ ଶିକ୍ଷକ କିମ୍ବା ବିଏସସି ବିଇଡି ଶିକ୍ଷକ ନାହାନ୍ତି । ତେଣୁ ଏଠିକାର ଅଭିଭାବକମାନେ ବିଜ୍ଞାନ କିମ୍ବା ଜଣେ ବିଏସସି ବିଇଡି ଶିକ୍ଷକ ଦେବାପାଇଁ ଦାବୀ କରି ଆସୁଥିଲେ । ବ୍ଲକ ଶିକ୍ଷାଧିକାରୀ ବିଦ୍ୟାଳୟ ପାଇଁ ବିଜ୍ଞାନ କିମ୍ବା ବିଇଡି ଶିକ୍ଷକ ଦେବେ କଣ ଓଲଟା ପୁଣି ଜଣେ ପ୍ରାଥମିକ ଶିକ୍ଷୟତ୍ରୀଙ୍କୁ ଏହି ବିଦ୍ୟାଳୟକୁ ବଦଳି କରି ନେଇ ଆସିବାରୁ ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳ ସ୍ୱରୂପ ଏହାକୁ ପ୍ରତିବାଦ କରି ବିଜ୍ଞାନ କିମ୍ବା ବିଏସସି ବିଇଡି ଶିକ୍ଷକ ତୁରନ୍ତ ଦିଆଯାଉ ବୋଲି ଦାବୀ କରି ପରିଚାଳନା କମିଟିର ସଭାପତି ସରୋଜ ପୂଝରୀଙ୍କ ନେତୃତ୍ୱରେ ଉପସଭାପତି ଭୂମିସିଙ୍ଗ ଠାକୁର, ପରିଚାଳନା କମିଟିର ସଦସ୍ୟ ସଂଜୀବ ବିଶି, ଗୌର ନାଏକ, ନିରଞ୍ଜନ ଗୌଡ଼, ସଦସ୍ୟା ଜାହ୍ନକୀ ପୁଝାରୀ, ପଙ୍କଜିନୀ ନାଏକଙ୍କ ସମେତ ଅଭିଭାବକ କିଶୋର ପାତ୍ର, ନୀଳକଣ୍ଠ ମାଝୀ, ଗଣେଶ ମାଝୀ, କାର୍ଣ୍ଣ ଦୋରା, ଦୟା ପୁଝାରୀ, ସନ୍ତୋଷ ସାହୁ, ପରିମଳ ମାଝୀଙ୍କ ସମେତ ଅନେକ ଗୁଡିଏ ଅଭିଭାବକ ଓ ଅଭିଭାବିକା ଗଣ ବଵିଦ୍ୟାଳୟ ରେ ତାଲା ମାରି ଦାବୀ କରାଯାଉଥିବା ଶିକ୍ଷକ ନଦେଲା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସରୋଜ ପୁଝାରୀ । ଏବିଷୟରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପୀମଣି ଜାନୀଙ୍କ ମତାମତ ନେବାରୁ ସେ କହିଲେ ଉପରପଡା ସ୍କୁଲ ପରିଚାଳନା କମିଟିର ଦାବୀ ଅନୁଯାୟୀ ନର୍ଲା କେନ୍ଦ୍ର ନୋଡାଲ ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ବୁଧବାର ଉକ୍ତ ସ୍କୁଲରେ ନିଯୁକ୍ତି ଦିଆଯାଇଛି । ବିଦ୍ୟାଳୟରେ ଜଣେ ବିଜ୍ଞାନ ଶିକ୍ଷୟତ୍ରୀ ଓ ଜଣେ ବିଇଡି ଶିକ୍ଷୟତ୍ରୀ ଆଗରୁ ଅଛନ୍ତି । ସାରା ଜିଲ୍ଲାରେ ଶିକ୍ଷକ ଅଭାବୀ ସମସ୍ୟା ଲାଗି ରହିଥିବା ବେଳେ ନର୍ଲାରେ ଆମେ ସବୁ ବିଦ୍ୟାଳୟକୁ ଦୃଷ୍ଟିରେ ରଖି ଆଡ଼ଜଷ୍ଟ କରି ଶିକ୍ଷକ ଡେଉଛୁ । ବିଏସସି ବିଇଡି ଶିକ୍ଷକ କୌଣସୀ ସ୍କୁଲରେ ସରପ୍ଳୁସ ନାହାନ୍ତି । ମୁଁ କୋଉ ସ୍କୁଲରୁ ଆଣି ଏଇଠି ଦାବୀ କରାଯାଉଥିବା ଶିକ୍ଷକ ଦେବି । ଏମିତିରେ ବି ଉପରପଡା ସ୍କୁଲରେ ୧୪୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପାଞ୍ଚ ଜଣ ଶିକ୍ଷକ ଠିକ ଅଛି । ଏକଥା ପରିଚାଳନା ସମିତି ବୁଝିବା କଥା ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.