ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆସୁଛି ସ୍ନେହ ରୂପକ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭାଇର ସୁରକ୍ଷା ମନାସୀ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଦି ଥାଏ।ଏହି ମର୍ମରେ ଯେଉଁମାନେ ଦେଶ ମାତୃକାର ରକ୍ଷା କରୁଛନ୍ତି ସେମାନେଙ୍କୁ ବଡ଼ ଭାଇର ସମ୍ମାନ ଦେଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି ଭବାନୀପାଟଣାସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ । ବୀର ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଏହି ମହାବିଦ୍ୟାଳୟର ଛାତ୍ରୀମାନେ ବଜାରରୁ ରାକ୍ଷୀ ନ କିଣି ନିଜେ ରାକ୍ଷୀ ତିଆରି କରି ଡାକ ଯୋଗେ କଳାହାଣ୍ଡିରୁ ଆର୍ମି ହେଡକ୍ୱାଟର ଦିଲ୍ଲୀକୁ ରାକ୍ଷୀ ପଠାଇଛନ୍ତି । ରାକ୍ଷୀ ପୂର୍ଣ୍ଣମୀ ଦିନ ଛାତ୍ରୀମାନେ ନିକଟସ୍ଥ ସି. ଆର. ପି ଓ କାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କୁ ରାକ୍ଷୀ ବାନ୍ଧିବାର ଯୋଜନା କରାଯାଇଛି ବୋଲି ଅନୁଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ୍ୟl ଶ୍ରୀମତୀ ନମିତା ସାହୁ ସୂଚନା ଦେଇଛନ୍ତି।