ସାମୁହିକ ଛୁଟି ପାଇଁ ଯୋଗାଣ ସହାୟକ ସଂଘ ତରଫରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ଯୋଗାଣ ସହାୟକମାନଙ୍କ ଦାବିପୂରଣ ନ କଲେ ଆଗାମୀ ଦିନରେ ଅଲ ଓଡିଶା ଯୋଗାଣ ସହାୟକ ସଂଘର ପତ୍ର ସଂଖ୍ୟା 34/23 ତାରିଖ 21/08/2023 ର ଅନୁସାରେ ଆସନ୍ତା 28 ତାରିଖରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯାଇ ଭୁବନେଶ୍ୱର ଲୋୟର ପିଏମଜି ଚ୍ଛକ ଠାରେ ଆନ୍ଦୋଳନ କରିବା ସହିତ ଧାରଣାରେ ବସିବେ ବୋଲି ଅଲ ଓଡିଶା ଯୋଗାଣ ସହାୟକ ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି l ରାଜ୍ୟର ସମସ୍ତ ବ୍ଲକ ଗୁଡିକରେ ଯୋଗାଣ ସହାୟକମାନେ 6 ଦଫା ଦାବିପତ୍ର ବିଡ଼ିଓଙ୍କୁ ଜଣାଇଥିବା ବେଳେ ଆସନ୍ତା 2 ଦିନ ମଧ୍ୟରେ ଦାବିପୂରଣ ନ ହେଲେ ଆସନ୍ତା 28 ତାରିଖରୁ ସାମୁହିକ ଛୁଟିରେ ଯିବେ ବୋଲି ଜଣାଇଛନ୍ତି l ସେହିପରି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏଥିରେ ଉଲ୍ଲେଖ ଅଛି ଯେ , ଯୋଗାଣ ସହାୟକ ପଦବୀ ସ୍ଥାୟୀତ୍ବ ଓ 25 ହଜାର ଟଙ୍କା ଦରମା ବୃଦ୍ଧି କରିବା ସହିତ ସେମାନଙ୍କୁ ପିଡ଼ିଏସ ଲାଇସନ୍ସ ଦିଆଯିବା l ଯୋଗାଣ ସହାୟକ ଙ୍କ ମୃତ୍ୟୁକାଳୀନ ସହାୟତା ସାଙ୍ଗକୁ ପରିବାର ସଦସ୍ୟ ଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବା l ଗ୍ରାମପଞ୍ଚାୟତ କାର୍ଯ୍ୟରୁ ଯୋଗାଣ ସହାୟକ ନିବୃତ ରଖିବା ଓ ପଦବୀର ନାମକୁ ସହାୟକ ଯୋଗାଣ ଅଧିକାରୀ (ଏଏସଓ) ପଦବୀ ନାମରେ ନାମିତ କରିବା l ଇ-ପସ ଡିଭଇସ ପରିଚାଳନା ର ପ୍ରୋତ୍ସାହନ ରାଶି ଯୋଗାଣ ସହାୟକ ଙ୍କୁ ପ୍ରଦାନ କରିବା l ମାସିକ ପିଡ଼ିଏସ ଆବଣ୍ଟନରେ 2% ନିଅଣ୍ଟିଆ କୁ ଭରଣା କରାଯିବା ଇତ୍ୟାଦି ଦାବିପତ୍ରରେ ଦର୍ଶାଯାଇଛି l ସଇଁତଲା ବ୍ଲକ ଯୋଗାଣ ସହାୟକ ସଂଘ ସଭାପତି ଯତୀନ୍ଦ୍ର ଦାସ , ସଂକୀର୍ତନ ବଗର୍ତି, ରଜନୀ କାନ୍ତ ବାଗ, ପ୍ରଦୀପ ସାହୁ ଓ ହମିତ ତାଣ୍ଡି ଙ୍କ ସମେତ ଯୋଗାଣ ସହାୟକମାନେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.