ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗ

ତରଭା ଜୋନ ଫାଇନାଲକୁ ବାଲିଖମାର ଏଫସି ଦଳର ପ୍ରବେଶ

ବିନିକା ଜୋନର ଖେଳ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ସୁବର୍ଣ୍ଣପୁର ସିନିୟର ଫୂଟବଲ ଲିଗ ତରଭା ଜୋନର ଫାଇନାଲ ଖେଳରେ ଆଜି ବାଲିଖମାର ଟିମ ୧-୦ ଗୋଲ ରେ କମସରା ଟିମକୁ ପରାସ୍ତ କରି ଲିଗ ପର୍ଯାୟକୁ ପ୍ରବେଶ କରିଛି l ଆଜିର ଏହି ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବରେ ତରଭା ଏନଏସି ଅଧ୍ୟକ୍ଷ ବନ୍ଦିତା ନାୟକ, ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର କୁଲ୍ଲୁ, ଜ଼ିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା, ତରଭା ଏନଏସି ଉପ ନଗରପାଳ ଗଗନ ଅଗ୍ରୱାଲ ଏବଂ ଜ଼ିଲ୍ଲା କ୍ରୀଡା ସଙ୍ଘର ଫୁଟବଲ ସମ୍ପାଦକ ରାଜୀବ କୁମାର ସାହୁ, ଭଳିବଲ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, ରେଫରୀ ଟେକନିକାଲ କମିଟି ମୁଖ୍ୟ ଭୁକୁଲୁ ବକ୍ସି, କୃଷ୍ଣ ବାଗ, ରାଜୀବ ପଟ୍ଟନାୟକ, ଚନ୍ଦନ ବେହେରା, ବିକାଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ବିନିକା ଜୋନରେ ଆଜି ପ୍ରଥମ ମ୍ୟାଚ ଚରଦା ଠାରେ ବାବୁପାଲି ଦଳକୁ ୧-୦ ରେ ହରାଇ ବିନିକା ଏଫସି ବିଜୟୀ ଏବଂ ଦ୍ଵିତୀୟ ମ୍ୟାଚ ରେ ସିନ୍ଦୁରପୁର ପଂଚାୟତ ଦଳ କୁ ୨-୦ ରେ ହରାଇ ବାଞ୍ଜିପାଲି ଜଗନ୍ନାଥ କ୍ଲବ ବିଜୟୀ ହୋଇଛି l ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବୃନ୍ଦାବତୀ ସାହୁ ଓ ପ୍ରଧାନ ଶିକ୍ଷକ ହିଟଲର ସାହୁ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.