ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଜିଲ୍ଲା ସଂସ୍କୃତି ଭବନ ନବରଙ୍ଗପୁରଠାରେ ଦୁଇ ଦିନ ଧରି ଜିଲ୍ଲାର ୧୦ଗୋଟି ବ୍ଳକର ଵ୍ଳକ କଳା ସଂସ୍କୃତି ସଂଘର ଉପସଭାପତି, ଜଣେ ଲେଖାଏଁ ବିଶିଷ୍ଟ କଳାକାର ଓ ଵ୍ଳକର ଵିଏସ୍ଏସ୍ଓମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ସଂସାଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଆୟୋଜିତ ଉକ୍ତ ଶିବିରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସି ହରିଜନ, ଜିଲ୍ଲା କଳା ସଂସ୍କୃତିକ ସଂଘର ଉପ ସଭାପତି କାର୍ତ୍ତିକ ଭତ୍ରା, ବରିଷ୍ଠ କଳାକାର ଦେବଦାସ ମାହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୧୦ ଗୋଟି ଵ୍ଳକର ଉପସଭାପତି, ଵ୍ଳକ ଵିଏସ୍ଏସଓ, ବରିଷ୍ଠ କଳାକାର ତଥା ସଂସାଧନ ଓ ଜିଲ୍ଲା ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟ ଗୁରୁ ସଂଘର ସଭାପତି ପବିତ୍ର ନାୟକ, ସାଧାରଣ ସଂପାଦକ କୁନୁ ଵାଘ, କୋଷାଧ୍ୟକ୍ଷ ସହଦେବ ବାଗ, ଉମରକୋଟ ଵ୍ଳକ ସାଧାରଣ ସଂପାଦକ ପର୍ଶୁରାମ ନାୟକ, କମଲସାଏ ମାଝୀ, ଗରେଖ ରାଉତ, ଡମୁ ପନକା, ଚିତ୍ରସେନ୍ ଗୁରୁ, ଈଶ୍ୱର ମାଝୀ, ଜଗବନ୍ଧୁ ଗୁରୁ ମାନେ ମଧ୍ୟ ପ୍ରଶିକ୍ଷଣ ନେଇଛନ୍ତି। ସରକାରଙ୍କ ଯୋଜନା କିପରି ଭାବରେ ଜନସାଧାରଣଙ୍କ ପାଖରେ ପହଞ୍ଚିବ ଓ ରାଜ୍ୟରେ ହଜିଯାଇଥିବା ପାରମ୍ପରିକ ଲୋକ କଳାକୁ କିପରି ଉଜ୍ଜିବିତ କରିହେବ ତାହା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା ସେପ୍ଟେମ୍ବର ୮ତାରିଖ ଠାରୁ ୧୨ତାରିଖ ଯାଏ ପ୍ରତ୍ୟେକ ଵ୍ଳକରେ ଵ୍ଳକ ସ୍ତରୀୟ କଳାକାର ମାନଙ୍କୁ ନେଇ ଓ ଵିଆରଏସ୍ଏସ୍ଓ ମାନଙ୍କୁ ନେଇ ପୁଣି ଏହି ପ୍ରଶିକ୍ଷଣ କରାଯିବ ଏବଂ ଆସନ୍ତା ସେପ୍ଟେମ୍ବର ୧୫ତିରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗାଁଗାଁ ରେ ଏହି ପାରମ୍ପରିକ ଲୋକ କଳା ମାଧ୍ୟମରେ ଆଞ୍ଚଳିକ ଭାଷାରେ, ଜନସାଧାରଣଙ୍କୁ ସରକାରଙ୍କର ଯୋଜନା ଗୁଡ଼ିକ ବିଷୟରେ ସଚେତନତା କରାଯିବ ବୋଲି ସୂଚନା ରହିଛି।