ସାରା ଦୁନିଆ ଦେଖିଲା ସୁପର ବ୍ଲୁ ମୁନର ବିରଳ ଦୃଶ୍ୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆକାଶରେ ନୀଳ ଜହ୍ନ । ଖଣ୍ଡ ଖଣ୍ଡ ମେଘ ଭିତରେ ହସୁଥିଲା ଗୋଲ ଉଜ୍ଜ୍ୱଳ ନୀଳ ଜହ୍ନ । ଆଜି ପୁରା ଦୁନିଆ ଦେଖିଲା ଏ ଦୁର୍ଲଭ ଦୃଶ୍ୟ । ରାକ୍ଷୀ ପୂର୍ଣ୍ଣିମାରେ ସୁପର ବ୍ଲୁ ମୁନ । ଏହି ଜହ୍ନ ଅନ୍ୟ ପୂର୍ଣ୍ଣମୀ ଜହ୍ନଠାରୁ ୪୦ ପ୍ରତିଶତ ବଡ ଏବଂ ୩୦ ପ୍ରତିଶତ ଉଜ୍ଜ୍ୱଳ ଦିଶୁଥିଲା । ଭାରତର ଅନେକ ସହରରେ ସୂର୍ଯ୍ୟାସ୍ତ ପରେ ଏହି ବିରଳ ଜହ୍ନ ଆଜି ଆକାଶରେ ଦେଖିବାକୁ ମିଳିଥିଲା । ଅନେକ ସହରରେ ଏହି ଦୃଶ୍ୟ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

ପୂର୍ଣ୍ଣମା ଦିନ ଚନ୍ଦ୍ର ଯଦି ପୃଥିବୀର ନିକଟବର୍ତି ହୋଇଥାଏ, ତେଣୁ ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ଚନ୍ଦ୍ର ବଡ଼ ଦେଖାଯାଏ  । ହେଲେ ସୁପର ମୁନ ସାଧାରଣ ମୁନଠାରୁ ୧୬ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖା ଯାଇଥାଏ । ହେଲେ ୩୦ ଅଗଷ୍ଟର ଜହ୍ନ ସୁପରମୁନ ବି ଥିଲା,ତା ସହ ବ୍ଲୁ ମୁନ ବି । ତେଣୁ ଏହାକୁ ସୁପର ବ୍ଲୁ ମୁନ କୁହାଯାଇଛି । ସାଧାରଣତଃ ପୂ୍ର୍ଣ୍ଣିମା ମାସରେ ଥରେ ଦେଖା ଯାଇଥାଏ ।

ହେଲେ ଯେତେବେଳେ ବ୍ଲୁ ମୁନ ହେବ ସେତେବେଳେ ମାସରେ ୨ ଦିନ ପୂର୍ଣ୍ଣିମା ପଡିବ । ଏଥର ଅଗଷ୍ଟ ୧ ତାରିଖରେ ପୂର୍ଣ୍ଣମୀ ପଡ଼ିଥିବା ବେଳେ ଅଗଷ୍ଟ ୩୦ରେ ପୁଣି ପୂର୍ଣ୍ଣମୀ ପଡିଛି । ସୁପର ମୁନ୍ ଓ ବ୍ଲୁ-ମୁନ୍ ସାଧାରଣତଃ ଏକ ସମୟରେ ହୋଇନଥାଏ । ଆଜି ଏହି ବିରଳ ସଂଯୋଗ ଘଟିଛି । ଗୋଟିଏ ପୂର୍ଣ୍ଣିମା ୨୯.୫ ଦିନ ପରେ ଆସିଥାଏ । ବର୍ଷକ ୧୨ ମାସରେ ୧୨ଟି ପୂର୍ଣ୍ଣିମା ତ ପଡେ । ହେଲେ ୧୨ ପୂର୍ଣ୍ଣିମା ୩୫୪ ଦିନରେ ପୂର୍ଣ୍ଣ ହୋଇଥାଏ ।

ନାସାର କହିବା ଅନୁଯାୟୀ,  ଚନ୍ଦ୍ରରେ ପ୍ରତି ୧୦ ବର୍ଷରେ ଥରେ ବ୍ଲୁ ସୁପରମୁନ ଦେଖା ଦେଇଥାଏ । ଅନେକ ସମୟରେ ୨୦ ବର୍ଷରେ ବି ଥରେ ଦେଖା ଦେଇଥାଏ ।   ୨୦୩୭ରେ ପରବର୍ତି ସୁପର ବ୍ଲୁ ମୁନ୍ ପଡ଼ିବ ବୋଲି କୁହାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.