ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କିସାନ କଂଗ୍ରେସର ସଭାପତି ଭାବେ ଏମ.ଗଙ୍ଗାଧର ଆଚାରୀଙ୍କୁ ନିଯୁକ୍ତ କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଦେଶ କିସାନ କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ ଆଚାରୀଙ୍କୁ ଏହି ପଦବୀରେ ଗତ ଅଗଷ୍ଟ ୨୮ତାରିଖରେ ନିଯୁକ୍ତ ପ୍ରଦାନ କରାଯାଇଥିବା ଜଣାପଡିଛି । ରାୟଗଡା ଜିଲ୍ଳାର କୃଷକ ଗୋଷ୍ଠୀଙ୍କର ସମସ୍ତ ସମସ୍ୟା ସମାଧାନ ନିମନ୍ତେ ସବୁବେଳେ କୃଷକମାନଙ୍କ ଅଧିକାର ପାଇଁ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କରିବା ଦିଗରେ କିସାନ କଂଗ୍ରେସର ସମର୍ଥନରେ ତତ୍ପରତା ଦେଖାଇ କୃଷକଙ୍କୁ ତାଙ୍କ ଅଧିକାର ମିଳିବା ଯାଏଁ କାମ କରିବାକୁ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଳେଖ କରିଛନ୍ତି । ଏହି ପଦବୀରେ ନିଯୁକ୍ତ ହେବା ପରେ ରାୟଗଡା ଜିଲ୍ଳା କିସାନ କଂଗ୍ରେସର ନୂତନ ସଭାପତି ଶ୍ରୀ ଆଚାରୀ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଶରତ ପଟ୍ଟନାୟକ, କିସାନ କଂଗ୍ରେସ ରାଜ୍ୟ ସଭାପତି ଅମୀୟ ପଟ୍ଟନାୟକ, ଉପସଭାପତି ଦେବେନ୍ଦ୍ର ରାଓ, ପିସିସ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଜୟ ଗମାଙ୍ଗ, ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
+