ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚଳିତ ବର୍ଷ କୋକସରା ବ୍ଳକର ବିଭିନ୍ନ ପଞ୍ଚାୟତରେ ମରୁଡି ସ୍ଥିତି ଦେଖା ଦେଇଛି। ଚାଷୀ ବ୍ୟାଙ୍କ ୠଣ ସହ ଧାର କରଜ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ,ହେଲେ ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ଫାଟି ଆଁ କରିଛି। ଏମିତିରେ ଚାଷ ନହେଲେ ଚାଷୀ କିଭଲି ପରିବାର ପ୍ରତିପୋଷଣ କରିବେ ଓ ୠଣ ଟଙ୍କା ପରିଶୋଧ କରିବେ ସେନେଇ ଚିନ୍ତାରେ ଚାଷୀକୂଳ। ଆଗକୁ ଆଉ ବର୍ଷା ହେଲେ ମଧ୍ୟ ଚାଷ ହେବା ନେଇ ଆଶା ଛାଡି ଦେଇଛନ୍ତି ଚାଷୀ। ସେହିକ୍ରମରେ ଟେମରା ପଞ୍ଚାୟତ କୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ସହ ସରକାରୀ ସହାୟତା ଯୋଗାଇଦେବା ଦାବିରେ ଗୁରୁବାର ପଞ୍ଚାୟତର କୃଷକ ସଂଘ ପକ୍ଷରୁ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସେହିପରି କୋକସରା ଗୋଷ୍ଠୀ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ଦାବିପତ୍ର ପ୍ରଦାନ ସମୟରେ ଟେମରା ସରପଞ୍ଚ କ୍ଷିତୀରାମ ପାତ୍ର, ଚାଷୀ ହେମନ୍ତ କୁମାର ବାଣୁଆ, ବୃନ୍ଦାବନ ବାଣୁଆ, ଦୁଷ୍ମନ୍ତ କୁମାର ପାତ୍ର, ସୁଧୀର ପାତ୍ର, କ୍ଷୀରସିନ୍ଧୁ ହଂସ, ସୁବାସ ଳଦୁଆ, ରମେଶ ମାଝୀ, ଲଳିତ ସତନାମୀ, କୈଳାସ ଚନ୍ଦନ, ଯଦୁମଣି ବାଗ, କ୍ଷିତିରାମ ପଟେଲ, ନିଲ ମାଝୀ, ଚୌଧରୀ ଦୁର୍ଗା ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।