ରାଜ୍ୟରେ ତାମିଲ ବାବୁ ଶାସନ ଆଉ ଚାଲିବ ନାହିଁ -ଶରତ ପଟ୍ଟନାୟକ

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନଜାଗରଣ ଯାତ୍ରା

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ୱାନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ରରେ ୯ ବର୍ଷ ଓ ରାଜ୍ୟରେ ୨୩ ବର୍ଷ ମିଛ ପ୍ରତିଶ୍ରୁତି ଦେଇ ଶାସନ କରୁଥିବା ବିଜେପି ଓ ବିଜେଡ଼ି ସରକାର ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ତାମିଲ ବାବୁ ଶାସନ ଚାଲିଛି ଏହି ଶାସନ ଆଉ ଚାଲିବ ନାହିଁ, ଓଡ଼ିଶାରେ ଓଡ଼ିଆ ଲୋକଙ୍କ ଶାସନ ଚାଲିବ ନ ହେଲେ ରାଜରାସ୍ତାରେ ବିରୋଧ କରାଯିବ ବୋଲି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲିଗୁଡ଼ାଠାରେ ବିରାଟ ଜନଜାଗରଣ ସମାବେଶରେ ଯୋଗ ଦେଇ ମତ ପ୍ରକାଶ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ l ଶନିବାର ଦିନ ଗାନ୍ଧୀ ଛକ ଠାରୁ କଂଗ୍ରସ ନେତୃବୃନ୍ଦ ଓ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନମାନ ଦେଇ ସଭାଗୃହ ନିକଟରେ ପହଞ୍ଚି ଥିଲେ । ସେଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l


ଜିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାରଙ୍କ ସମେତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତରାୟ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଅନୁସୂଚିତ ଜନଜାତି ଅଧକ୍ଷ ଭୁଜବଳ ମାଝୀ, ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା, କନ୍ଧମାଳ ପ୍ରଭାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ମାନସ ଚୌଧୁରୀ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା,

ଜାକବ ପ୍ରଧାନ, ଅଜୟନ୍ତୀ ପ୍ରଧାନ, ପୂର୍ବତନ ସାଂସଦ ନକୁଳ ନାୟକ, କୋଟଗଡ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର, ଜିଲ୍ଲାପରିଷଦ ସଦସ୍ୟ ଜିରୀମିୟ ସୁନାମାଝୀ, ବାଲିଗୁଡ଼ା ବ୍ଲକ ସଭାପତି ଆଇବର ନାୟକ, ନଗର ସଭାପତି ସ୍ଵପ୍ନେଶ୍ଵର ସାହୁ, ପୂର୍ବତନ ସାଂସଦ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ, ସୀତାରାମ ପଣ୍ଡା, ରବିଚନ୍ଦ୍ର ପାତ୍ର, ସିମାଞ୍ଚଳ ଆଚାର୍ଯ୍ୟ , ଚନ୍ଦନ ପଣ୍ଡା, ସନ୍ତୋଷ ପଟ୍ଟନାୟକ, ଗୌରୀ ଶଙ୍କର ଆଚରି, କେ.ବଳରାମ ଦୋରା, ସରୋଜ ବେହେରା ମାଝୀ, ହୀରା ସିଂ ମଣ୍ଡଳ, ପ୍ରଦୀପ ନାୟକ, କ୍ରିଷ୍ଣା ପ୍ରିୟା ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ନେତା ଓ ହଜାର ହଜାର କର୍ମୀ ଯୋଗ ଦେଇଥିଲେ।


ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବଙ୍କ ଜିଲ୍ଲା ଗସ୍ତକୁ ସମାଲୋଚନା କରିବା ସହ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି ଏବଂ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ଭବ ନୁହେଁ ବୋଲି ଚେଲା କୁମାର ନିଜ ଅଭିଭାଷଣରେ କହିଥିଲେ । ଏହି ଅବସରରେ ବିଜେଡି ଓ ବିଜେପି ଛାଡି ପାଞ୍ଚ ଶହରୁ ଉର୍ଦ୍ଧ ନେତା ଓ କର୍ମୀ କଂଗ୍ରେସ ରେ ଯୋଗ ଦେଇଥିଲେ। ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ଶେଷରେ ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.