ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ପଞ୍ଚାୟତ ଗୃହରେ ଭଙ୍ଗାରୁଚା କରିବା ଅଭିଯୋଗ; ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତରେ ଜୈନିକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡ଼ିଥିବା ନେଇ ଶନିବାର ପଞ୍ଚାୟତ ଗୃହକୁ ଯାଇ ଆସବାପତ୍ର ସାଙ୍ଗକୁ ଚୌକି ଭଙ୍ଗାରୁଚା କରିବା ସହ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିବା ପାଇଁ ଧମକ ଚମକ ଦେଇଥିବା ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରକାଶ ଯେ, ଡେଙ୍ଗ ଗାଁର ବନ ରଣା ପଞ୍ଚାୟତ ଅଫିସକୁ ସକାଳ ୧୧ଘଣ୍ଟା ସମୟରେ ଯାଇ ମୋର ମାଆର ଆବାସ ଯୋଜନାରେ କାହିଁକି ବାଦ ପଡିଲା ବୋଲି ସରପଞ୍ଚ ଇତିଶ୍ରୀ ସାହୁ ଓ କାଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ମହାନ୍ତିଙ୍କୁ ଗାଳିଗୁଲଜ କରିବା ସହ ରାସ୍ତାରେ ଦେଖିଲେ ମାଡମାରିବା ପାଇଁ ଧମକ ଚମକ ଦେଇଥିଲେ। ପରେ ଅଫିସର ୨ ଗୋଟି ଚୌକି ଭଙ୍ଗାରୁଚା କରିଥିଲେ ବୋଲି ଡେଙ୍ଗ ସରପଞ୍ଚ ଇତିଶ୍ରୀ ସାହୁ ସଇଁତଲା ଥାନାରେ ଲିଖିତ ଏତଲା ଦେଇଛନ୍ତି। ବର୍ତମାନ ଦୁହେଁ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଜଣକ ଭୟଭୀତ ଅବସ୍ଥାରେଥିବା ଏତଲାରେ ଦର୍ଶାଇଛନ୍ତି। ତେଣୁ ପୋଲିସ ତୁରନ୍ତ କାଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.