ଧୂବାବାହାଲି ଓ ସାନଝିଙ୍କି ଗାଁ ଲୋକେ କିଡ଼ନୀ ରୋଗରେ ଆକ୍ରାନ୍ତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ସଦର ମହକୁମା ଠାରୁ ମାତ୍ର ୩୦୦ ମିଟର ଦୂର ତଥା ଲେପ୍ରା ଇଣ୍ଡିଆ ପଛ ପଟରେ ଥିବା ଜନମୁରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମୁଖ୍ୟ ରାସ୍ତାର ଉଭୟ ପଟେ ଥିବା ବସ୍ଥି ଧୁବାବାହାଲି ଓ ସାନ ଝିଙ୍କି ଗାଁର ଲୋକେ ନଳକୂପର ଦୂଷିତ ପାଣି ବ୍ୟବହାର କରି ୪୦/୫୦ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ବିଷୟରେ ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ପ୍ରତିକ୍ରିୟା ନେବା ବେଳେ ଅଭିଶପ୍ତ ଜୀବନ ବିତାଉଥିବା ବିଷୟ କୋହ ଭରା କଣ୍ଠ ରେ ଲୋକଙ୍କ ଠାରୁ ଶୁଣି ବାକୁ ପାଇଥିଲେ। ଗୋଟିଏ ଗୋଟିଏ ପରିବାର ର ୨/୩ ଜଣ ମଧ୍ୟ ଏହି ରୋଗ ରେ ଆକ୍ରାନ୍ତ ଥିବା ଜଣା ପଡିଥିବା ବେଳେ ସାନ ଝିଙ୍କିର ଜଣେ ବୃଦ୍ଧ ଏବେ ମୃତ୍ୟୁ ଶଯ୍ୟାରେ ଥିବା ମଧ୍ୟ ଦେଖିବାକୁ ମିଳିଛି l କିଏ କାହାର ପୁଅ ହରେଇଛି ତ କିଏ ଭାଇ କୁ କିଏ ମାଆ ବାପାକୁ ଏମିତି ଅନେକ ନିଜ ନିଜ ଆତ୍ମୀୟ ସ୍ୱଜନକୁ ହରାଇ ସାରିଲେଣି l ପାଣି ମୁନ୍ଦାକ ପାଇଁ ଦୀର୍ଘ ଦିନରୁ ପଞ୍ଚାୟତ ଓ ଜିଲ୍ଲା ପ୍ରଶାସନକୁ ଗୁହାରି ଗୁହାରି ଥକି ପଡିଥିବା କହିଛନ୍ତି ଗ୍ରାମବାସୀ l ଏବଂ ଦିନ ରାତି ବିଶୁଦ୍ଧ ପାଣି ଟିକେ ପାଇଁ ଭାଲେଣିରେ ଓ ଆତଙ୍କିତ ଅବସ୍ଥା ରେ ଥିବା ଏ ବସ୍ଥି ଲୋକେ ପିଇବା ପାଣି ସହରକୁ ନେଇ ଆସି ବାକୁ ପଡୁଛି l ଯାହାକି ପାଣି ୫ ଲିଟର ପାଇଁ ପେଟ୍ରୋଲ ୫୦ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି l ଏ ଦୂଷିତ ପାଣିର ପରୀକ୍ଷା ପାଇଁ ପାନୀୟ ଜଳ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରିବାକୁ ଓ ଏବେ ଅସ୍ଥାୟୀ ଭାବେ ପାଣି ଟାଙ୍କି ଯୋଗାଇ ଖୁବ ଶୀଘ୍ର ମେଗା ଲିଫ୍ଟ ପ୍ରୋଜେକ୍ଟରୁ ଶୀଘ୍ର ପାଣି ଯୋଗାଇବାକୁ ମିଡ଼ିଆ ଜରିଆରେ ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି l ବର୍ତ୍ତମାନ ଏ ଉଭୟ ଗାଁର ଉଭୟ ବସ୍ଥି ଅଞ୍ଚଳ ସମେତ ସାରା ଜିଲ୍ଲା ରେ କିଡ଼ନୀ ରୋଗୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି l ଏବଂ ଏ ରୋଗୀଙ୍କ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ପର୍ଯ୍ୟlପ୍ତ ଭାବେ ଔଷଧ ଯୋଗାଇବା ବ୍ୟବସ୍ଥା ଥିବା ସତ୍ୱେ ରୋଗୀମାନେ କିନ୍ତୁ ଏଠାରେ ଔଷଧ ନ ପାଇ ବାହାରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଔଷଧ କିଣୁଥିବା ଅଭିଯୋଗ କରୁଛନ୍ତି l ତେଣୁ ଏହା ଏବେ ଏକ ସମ୍ବେଦନଶୀଳ ଘଟଣା ହୋଇ ଥିବାରୁ ଏ ରୋଗୀଙ୍କ ପାଇଁ ପର୍ଯ୍ୟlପ୍ତ ମାଗଣା ଔଷଧ ଓ କିଡ଼ନୀ ଡ଼ାଇଲେସିସ ବ୍ୟବସ୍ଥା ସାଙ୍ଗକୁ ଗାଁ ଲୋକ ଙ୍କ ପିଇବା ପାଇଁ ଶୀଘ୍ର ବିଶୁଦ୍ଧ ପାଣି ଟିକେ ଯୋଗାଇବାକୁ ଏ ଅଞ୍ଚଳ ବାସୀଙ୍କ ଦାବୀ ହୋଇଛି l ଏ ଦୁଇ ବସ୍ଥିର ପ୍ରକାଶ ନାଗ, ଜଗଦୀଶ ନାଗ, ବିଣl ନାଗ ସମେତ ଅନେକ ଲୋକ ଏ ରୋଗରେ ମୃତ୍ୟୁ ବରଣ କରି ସାରିଥିବା ବେଳେ ଏବେ ଯତନ ନାଗ, ସୁକୃ ନାଗ, ସନ୍ତୋଷ ମହାନନ୍ଦ, କେଶବ ମହାନନ୍ଦ, ଶାନ୍ତି ମୁଣ୍ଡl, ସୁରମଣୀ ମୁଣ୍ଡl, ନେପାଳ ବିଶ୍ୱାଳ, ଶ୍ରାବଣୀ ବିଭାର, ସନ୍ତୋଷ ହରିପାଳ, କାନ୍ତ ହରିପାଳ, କମଳ ହରିପାଳ, ବାମନ ମହଲା ପ୍ରମୁଖ ବହୁ ଲୋକେ କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହୋଇ ଭୟ ଆତଙ୍କରେ ଜୀବନ ବିତାଉଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.