୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ 

୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

Omkar Vasthu
Omkar Vasthu

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଏସଟିଏଫ୍ ଜାଲରେ ଜାଲ୍‌ ନୋଟ୍‌ ରେକେଟ, ଆଜି ଏପରି କିଛି ଚର୍ଚ୍ଚିତ ଘଟଣା ଘଟିଛି ସୋନପୁର ସହରରେ l ସୋନପୁରରୁ ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ ସହ ଜାଲ୍‌ ନୋଟ୍‌ ପ୍ରସ୍ତୁତ ସରଞ୍ଜାମ ଓ ଜଣକୁ ଗିରଫ କରିଛି ଏସଟିଏଫ୍ l ଗିରଫ ଅଭିଯୁକ୍ତ ଜଣ ହେଲେ ସୋନପୁର ଉଲୁଣ୍ଡା ମାଟିଖାଇ ନୁଆବସ୍ତିର ଦୀପକ ମେହେର l ଗିରଫ ପରେ ଅଭିଯୁକ୍ତକୁ ବୀରମହାରାଜପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି l ରାଜ୍ୟ ବାହାରକୁ ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି l ଛତିଶଗଡ଼କୁ ନୋଟ ଗୁଡିକ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି l ଏନ୍ ଆଇ ଏ ଆକ୍ଟ ୨୦୦୮ ଅଧୀନରେ ଓ ପିଏସ କେସ ନଂ ୧୮, ୦୨/୯/୨୦୨୩ ୟୁ/ଏସ୍ -୪୮୯- ଏ /୪୮୯-ବି/୪୮୯-ସି/୧୨୦(ବି)ଆଇପିସି ଆଧାରରେ ମାମଲା ରୁଜୁ କରି ଏସ୍ ଟି ଏଫ୍ ନକଲି ନୋଟ ଗୁଡିକୁ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ର ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ସୁଚନା ମିଳିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.