ଗିନିଜ ୱାର୍ଲ୍ଡ ରେକର୍ଡରେ ବିଶ୍ବର ସର୍ବକନିଷ୍ଠ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ନନ୍ଦିନୀ ଅଗ୍ରୱାଲ

ଓଡ଼ିଆ ବାର୍ତ୍ତା/ ଭୋପାଲ: ମଧ୍ୟପ୍ରଦେଶର ଚମ୍ବଲ ଅଞ୍ଚଳ । ଦିନେ ଏହି ଅଞ୍ଚଳ ଚୋରି ଡକାୟତି ପାଇଁ ପ୍ରଖ୍ୟାତ ଅର୍ଜନ କରିଥିବା ବେଳେ ଏବେ ଅର୍ଜନ କରିଛି ସୁନାମ । ଚମ୍ବଲ ଅଞ୍ଚଳର ଝିଅ ନନ୍ଦିନୀ ଅଗ୍ରୱାଲ ହୋଇପାରିଛନ୍ତି ବିଶ୍ବର ସର୍ବକନିଷ୍ଠ ମହିଳା ଚାର୍ଟାର୍ଡ  ଆକାଉଣ୍ଟାଣ୍ଟ । ଏହାସହ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାମକୁ ପକ୍କା କରିଛନ୍ତି । ଏହି ବିରାଟ ସଫଳତା ହାସଲ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନନ୍ଦିନୀ ଅଗ୍ରୱାଲ ଚମ୍ବଲ ମୁରେନା ଜିଲ୍ଲାରେ ପ୍ରାଥମିକ ଶିକ୍ଷା ହାସଲ କରିଥିଲେ । ଏହାପରେ ୨୦୨୧ ମସିହାରେ ସିଏ ପରୀକ୍ଷାରେ ସାରା ଭାରତରେ ରାଙ୍କ ୧ରେ ରହିଥିଲେ । ନନ୍ଦିନୀ ଏବେ ମୁମ୍ବାଇର ସିଙ୍ଗାପୁର ସ୍ଥିତ ଏକ କମ୍ପାନୀରେ ଚାକିରି କରୁଛନ୍ତି । ବର୍ତ୍ତମାନ ବାର୍ଷିକ ୩୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନନ୍ଦିନୀ । ନନ୍ଦିନୀଙ୍କ ପିତା ପେଶାରେ ଜଣେ ଓକିଲ ଥିବା ବେଳେ ମାଆ ଜଣେ ସାଧାରଣ ଗୃହିଣୀ । ନନ୍ଦିନୀଙ୍କ ଆଉ ଜଣେ ଭାଇ ମଧ୍ୟ ଅଛନ୍ତି । ଭାଇ ସଚିନ ଅଗ୍ରୱାଲ ମଧ୍ୟ ଜଣେ ମେଧାବୀ ଛାତ୍ର ।୨୦୨୧ ମସିହାରେ ସିଏ ଫାଇନାଲ ପରୀକ୍ଷାରେ ଉଭୟ ଭାଇ-ଭଉଣୀ ସଫଳତା ହାସଲ କରିଥିଲେ । ଭଉଣୀ ସାରା ଦେଶରେ ସିଏ ପରୀକ୍ଷାରେ ୧ ନମ୍ବର ରାଙ୍କରେ ଥିବା ବେଳେ ଭାଇ ସଚିନ ୧୮ତମ ରାଙ୍କ ହାସଲ କରିଥିଲେ । ସିଏ ପରୀକ୍ଷାରେ ନନ୍ଦିନୀଙ୍କୁ ୮୦୦ରୁ ୬୧୪ ମାର୍କ ମିଳିଥିଲା । ପ୍ରଥମ ପ୍ରୟାସରେ ହିଁ ନନ୍ଦିନୀ ଏହି ସଫଳତା ହାସଲ କରିଥିଲେ । ନନ୍ଦିନୀଙ୍କ କହିବାନୁସାରେ ସିଏ ପରୀକ୍ଷାରେ ପ୍ରସ୍ତୁତି ପାଇଁ ତାଙ୍କ ପରିବାର ତରଫରୁ ମଧ୍ୟ ତାଙ୍କୁ ସହଯୋଗ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.