ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କୁରାଳ ସମାଜ କଳାହାଣ୍ଡିର ଜିଲ୍ଲାସ୍ତରୀୟ କାର୍ଯ୍ଯକାରିଣୀ ବୈଠକ ଜିଲ୍ଲା ସଭାପତି କେଦାରନାଥ ରଣାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ମାଣାଧିନ କୁରାଳ ଭବନର କାର୍ଯ୍ଯ ସମାପନ କରିବା ଏବଂ ଚଳିତ ବର୍ଷର ନୂଆଖାଇ ଭେଟଘାଟ ଆୟୋଜନ କରିବା ଉପରେ ଆଲୋଚନା ହୋଇଥିଲା। ସେହିପରି କଳାହାଣ୍ଡି କୁରାଳ ସମାଜ ଗଠନର ୫୦ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ଆଲୋଚନା ହୋଇଥିଲା। କୁମ୍ଭାରମାନଙ୍କୁ ଶିଳ୍ପୀର ମାନ୍ଯତା ଓ କୁମ୍ଭାର ସମାଜର ବିକାଶ ପାଇଁ ମାଟିକଳା ବୋର୍ଡ ଗଠନ ସକାଶେ ସରକାରଙ୍କ ପାଖରେ ଦିଆଯାଇଥିବା ଦାବିର ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ବୀରକିଶୋର ରଣା, ସଂଗଠନ ସମ୍ପାଦକ ଘାସିରାମ ରଣା, ଉପସଭାପତି ଖଗେଶ୍ଵର ରଣା ଓ ଘନଶ୍ଯାମ ରଣା, ସଦର ବ୍ଲକ ସଭାପତି ଦେବାର୍ଚନ ରଣା, ଜୁନାଗଡ ବ୍ଲକ ସଭାପତି ବଂଶୀଧର ନାଏକ, ନର୍ଲା ବ୍ଳକ ସଭାପତି ଗଂଗାଧର ରଣା, ଗୋଲାମୁଣ୍ଡା ବ୍ଲକ ସଭାପତି ଉମାକାନ୍ତ ରଣା, ଜିଲ୍ଲା କୋଷାଧ୍ୟକ୍ଷ ଲବକାନ୍ତ ରଣା ତଥା ଜୟରାମ ରଣା, ପୀତବାସ ରଣା, ଶିବ ନାଏକ, ଉଚ୍ଛବ ନାଏକ, ଡମ୍ବରୁଧର ନାଏକ, ନରୋତ୍ତମ ରଣା, କ୍ଷୀରାବ୍ଧୀ ରଣା ପ୍ରମୁଖ ଉପସ୍ଥିତ ଥିଲେ।