‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ନୁହେଁ ‘ୱାନ୍ ନେସନ୍ ୱାନ୍ ଏଜୁକେସନ୍’ ଆବଶ୍ୟକ -କେଜ୍ରିୱାଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ହରିୟାଣାରେ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ରାଜନୈତିକ ଦଳଗୁଡ଼ିକ ସକ୍ରିୟ ଥିବା ନଜର ଆସିଛି। ଏହି କ୍ରମରେ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଭୱାନୀରେ ପହଞ୍ଚିଛନ୍ତି। ଏହି ସମୟରେ ସେ ତାଙ୍କ ସମ୍ବୋଧନରେ ରାଜ୍ୟ ତଥା କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି। ‘ୱାନ ନେସନ ୱାନ ଇଲେକ୍ସନ’ ସମ୍ପର୍କରେ ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ବିଜେପି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କହି ଏକ ନୂଆ ସ୍ଲୋଗାନ ଦେଇଛି, ସାଧାରଣ ଲୋକ ଏଥିରୁ କିଛି ପାଇବେ ନାହିଁ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ୧୦ କିମ୍ବା ୧୨ ନିର୍ବାଚନରୁ ଆମେ କ’ଣ ପାଇବୁ? ସାଧାରଣ ଲୋକ ଏଥିରୁ କ’ଣ ପାଇବେ? ‘ୱାନ ନେସନ ୱାନ ଇଲେକ୍ସନ’ ପରିବର୍ତ୍ତେ ଆଗକୁ ‘ୱାନ ନେସନ ୱାନ ଏଜୁକେସନ’ ହେବା ଆବଶ୍ୟକ। ଦେଶରେ ଏକକ ଶିକ୍ଷା ନୀତି ହେବା ଜରୁରୀ। ଯେପରି ଧନୀ ଶ୍ରେଣୀର ଲୋକଙ୍କ ପିଲାମାନେ ଉଚ୍ଚ ଶିକ୍ଷା ପାଆନ୍ତି ସେହିଭଳି କୃଷକ ଏବଂ ଶ୍ରମିକମାନଙ୍କର ପିଲାମାନେ ମଧ୍ୟ ସେହି ସମାନ ଶିକ୍ଷା ପାଇବା ଉଚିତ୍। ‘ୱାନ ନେସନ ୱାନ ଏଜୁକେସନ’ ନୀତି ଆସିଲେ ଧନୀ ଏବଂ ଗରିବ ପିଲାମାନେ ସମାନ ସ୍ତରର ଶିକ୍ଷା ପାଇବେ। ସେହିପରି ଉନ୍ନତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦାବି କରି ସେ କହିଛନ୍ତି ‘ଏକ ଦେଶ ଏକ ଚିକିତ୍ସା’ ଆରମ୍ଭ ହେବା ଉଚିତ। ଏହାଦ୍ୱାରା ସମସ୍ତେ ଭଲ ଚିକିତ୍ସା ପାଇବେ। ସମସ୍ତ ଧନୀ ଏବଂ ଗରିବ ଲୋକେ ଭଲ ଚିକିତ୍ସା ପାଇବା ଉଚିତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.