ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସୋମବାର ଦିନ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଇଂ ନିରଞ୍ଜନ ବେହେରା ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡ ପରିଦର୍ଶନ କରି ପେଭର ଡ୍ରେନ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ। ଏନଏସିର ୧୦ ନମ୍ବର ୱାର୍ଡ ବାଲୁକେଶ୍ୱର ମନ୍ଦିର ସୌନ୍ଦର୍ଯ୍ୟକାରଣ ସାଙ୍ଗକୁ ଶୌଚାଳୟ ଓ ଶ୍ମଶାନ ଗୃହ, ଡ୍ରେନ ନିର୍ମାଣ ସମ୍ପର୍କିତ କାର୍ଯ୍ୟ ପରିଦର୍ଶନ କରିବା ସହ ୱାର୍ଡବାସୀଙ୍କର ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଅଧକ୍ଷଙ୍କ ସହ କନିଷ୍ଠ ଯନ୍ତ୍ରୀ ହିଷୀ ହାଁସଡା ଓ ମୁକ୍ତ| ଯୋଜନା କନିଷ୍ଠ ଯନ୍ତ୍ରୀ ରାକେଶ କୁମାର ନାୟକ ପ୍ରମୁଖ ତଦାରଖ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।