ଏମଏସଏମଇ ବିଭାଗର ବିପଣନ ସହାୟତା ଉପରେ ଜାତୀୟସ୍ତର ଆଲୋଚନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ହୋଟେଲ ତେଜସ୍ୱୀରେ ଠାରେ ଏମଏସଏମଇ ବିଭାଗର ବିପଣନ ସହାୟତା ଉପରେ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଦୁଇ ଶହରୁ ଅଧିକ ଉଦ୍ୟୋଗୀ ଅଂଶ ଗ୍ରହଣ କରିଥିଲେ । ଏମଏସଏମଇ ପାଇଁ ଡିଜିଟାଲ ମାର୍କେଟିଙ୍ଗ ଟୁଲ, ଜିଏମ ପୋର୍ଟାଲ,ରେଜିଷ୍ଟ୍ରେସନ, ଏମଏସଏମଇ ପାଇଁ ଆଧୁନିକ ପେକିଙ୍ଗ ଟେକ୍ନୋଲୋଜି ,ଓଡିଶାରେ ରପ୍ତାନି ସୁଯୋଗ ,ବୌଦ୍ଧିକତା ଗୁଣଧର୍ମ ଅଧିକାର, ଉପକରଣ, ବାରକୋଡ଼ ପଞ୍ଜିକରଣ ପ୍ରକ୍ରିୟା, ଏନଏସଆଇସିର ମାର୍କେଟିଙ୍ଗ ସପୋର୍ଟ ସ୍କିମ୍, ଏମଏସଏମଇ ମନ୍ତ୍ରଣାଳୟ ଭାରତ ସରକାର ତଥା ଓଡିଶା ସରକାରଙ୍କ ମାର୍କେଟିଙ୍ଗ ସହାୟତା ସ୍କିମ ଭଳି ବିଭନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏମଏସଏମଇ ଯୁଗ୍ମ ନିର୍ଦ୍ଦଶକ ପି.କେ.ଗୁପ୍ତା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ରାୟଗଡ଼ ଶିଳ୍ପ ଓ ବାଣିଜ୍ୟ ସଂଘର ସଭାପତି ଏ.ଗୋବିନ୍ଦ ରାୟ, ଏମଏସଏମଇକୁ ମାର୍କେଟିଙ୍ଗ ସହାୟତା ଉପରେ ଜାତୀୟ ସେମିନାର ଅୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଵାତିକ ସ୍ୱାଇଁ, ସାଧାରଣ ସମ୍ପାଦକ,ଓଏମଏସଏମଇ , କଟକ, ଏ.କେ.ସାରଦା,ସଚିବ ଉତ୍କଳ ଚାମ୍ବର୍ସ ଅଫ କମର୍ଶ,ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିକାଶ ବlଇନ ପ୍ରମୁଖ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ଏମଏସଏମଇ ସହକାରି ନିର୍ଦ୍ଦେଶକ ଡ଼ଃ. ଶିବା ନନ୍ଦ ନାୟକ ଶେଷରେ ଧନ୍ୟବାଦ ଦେଇଥିଲେ ।

Udyog Nursery
Udyogi Nursery

ଉଦଘାଟନୀ ଅଧିବେଶନ ପରେ ଟେକ୍ନିକାଲ ଅଧିବେଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡ଼ଃ ଶିବାନନ୍ଦ ନାୟକ, ସୋନୀ ସାମାଲ, ଅରବିନ୍ଦ ଭଟାଚାର୍ଯ୍ୟ, ସୁଧାଂଶୁ ପ୍ରଧାନ, ବିକାଶ କୁମାର ପଣ୍ଡା ,ପ୍ରକାଶ ସୋରେନ ଏବଂ ଡ଼ଃ. ଏସ.କେ.କର ପ୍ରମୁଖ ଯୋଗଦାନ କରିଥିଲେ l ରାୟଗଡା ଏମଏସଏମଇର ସହକାରୀ ନିର୍ଦେଶକ ଏମ. କୋଟି ରତ୍ନମ ଯୋଗ ଦେଇଥିବା ବେଳେ ଶେଷରେ ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.