ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ୩ କିମି କାନ୍ଧର ବୁହା ହେଲା ରୋଗୀ

ବଡ଼ ସେମେଲପଦର ଗାଁକୁ ନାହିଁ ରାସ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦେଶ ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଆଜି ଯାଏଁ ଭଲ ରାସ୍ତା ଖଣ୍ଡେବି ହୋଇପାରିନାହିଁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରି ବିକାଶର ଡିମଡିମ ପିଟୁଥିବା ବେଳେ ଏବେବି ଅନେକ ଗାଁ ଅଛି ପକା ରାସ୍ତା ତୋ ଦୂରର କଥା କଚା ମାଟି ରାସ୍ତା ଟିଏ ମଧ୍ୟ୍ୟ ହୋଇ ପାରିନି । ଯାହାଫଳରେ ଅନେକ ସମସ୍ୟା ଦେଇ ଗତି କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ଗାଁକୁ ଏବେ ଯାଏଁ ମାଟି ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ଆମ୍ବୁଲାନ୍ସ ସେବାରୁ ମଧ୍ୟ୍ୟ ବଞ୍ଚିତ ରହୁଛନ୍ତି। ତେବେ ଏହି ଭଲି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଦ୍ୟୁଷିତ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ ସେମେଲ ପଦର ଗାଁରେ । ଏହି ଗାଁ ରେ ମହେନ୍ଦ୍ର ମାଝୀ (୨୨) ନାମକ ଜଣଙ୍କୁ କିଛି ଦିନ ଜ୍ୱର ହୋଇଥିଲା। ହେଲେ ଅର୍ଥ ଅଭାବରୁ ଚିକିତ୍ସା ନ ହୋଇ ଘରେ ପଡିରହିଥିଲେ ଓ ପରେ ୧୦୮ ଆମ୍ବୁଲାନ୍ସକୁ ୨ ଦିନ ଯୋଗାଯୋଗ କଲାପରେ ମଧ୍ୟ୍ୟ ଗାଁକୁ ଆମ୍ବୁଲାନ୍ସ ଆସିନଥିଲା ପୁଣି ଥରେ ପରିବାର ଲୋକେ ନେହୁରା ହୋଇ ଆମ୍ବୁଲାନ୍ସକୁ ଯୋଗାଯୋଗ କଲାପରେ ଯୋଗାଯୋଗ ପରେ ଆମ୍ବୁଲାନ୍ସ ଗାଁକୁ ପହଞ୍ଚିଥିଲା। ହେଲେ ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତାର ସୁବିଧା ନ ଥିବାରୁ ଗାଁକୁ ପହଞ୍ଚି ନପାରି ଗାଁ ଠାରୁ ହାରାହାରି ୩ କିଲୋମିଟର ଦୂରରେ ଅଟକି ରହିଯାଇଥିଲା । ଯାହାଫଳରେ ୩ କିଲୋମିଟର ରୋଗୀଙ୍କୁ ପରିବାର ଲୋକେ କାନ୍ଦରେ ବୋହି ଆମ୍ବୁଲାନ୍ସ ପାଖକୁ ନେଉଥିବା ଚିତ୍ର ଦେଖିବାକୁ ମିଳିଛି। ଏଠି ପରିତାପର ବିଷୟ ଯେ ରାଜ୍ୟ ସରକାରଙ୍କ ୨୩ ବର୍ଷ ଶାସନ କାଳ ପରେବି ଲୋକଙ୍କୁ ଆମ୍ବୁଲାନ୍ସ ସେବା ପାଇବା ପାଇଁ ୩ କିଲୋମିଟର କାନ୍ଧରେ ବୋଇକି ନେବାକୁ ପଡୁଛି ବୋଲି ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଅନେକ ଗରିବ ଶ୍ରେଣୀ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ସେବା ବରଦାନ ସ୍ୱରୂପ ପାଲଟି ଥିବା ବେଳେ ରାସ୍ତା ଘାଟ ପାଇଁ ଅନେକ ନିରିହ ଏହି ସେବାରୁ ବଞ୍ଚିତ ରହୁଛନ୍ତି ଓ ଅନେକ ଲୋକଙ୍କ ଜନ ଜୀବନ ମଧ୍ୟ୍ୟ କ୍ଷତି ଘଟୁଛି। ଏରାସ୍ତାକୁ ନେଇ ବଡ଼ ସେମେଲପଦର ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଗୁହାରି କଲାପରେ ମଧ୍ୟ୍ୟ ଏବେ ଯାଏଁ କୌଣସି ପ୍ରକାର ଗୁହାରି ଶୁଣୁନାହାନ୍ତି ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଗ୍ରାମବାସୀ । ରାସ୍ତା ଖଣ୍ଡିଏ ପାଇଁ ଦୀର୍ଘ ବର୍ଷ ଧରି ସଂଘର୍ଷ କରି ଆସୁଛନ୍ତି ତେବେ ଖବର ପ୍ରକାଶ ପରେ କେବେ ଜିଲ୍ଲା ବା ବ୍ଲକ ପ୍ରଶାସନ ତତ୍ପରତା ଦେଖାଉଛି ନା ଜାଣି ଶୁଣି ନିରବ ରହୁଛି। ଏପଟେ ଖଣ୍ଡିଏ ରାସ୍ତା ଯୋଗାଇ ଦେବାକୁ ବ୍ଲକ ତଥା ଜିଲ୍ଲା ପ୍ରଶାସନକୁ ଗୁହାରି କରୁଛନ୍ତି ଗାଁର ଶିବ ମାଝୀ, ଦୁକୁ ମାଝୀ, ବୁଡୁ ମାଝୀ,ରାଜୁ ମାଝୀ,ବାଛୁ ମାଝୀ, ତେଲି ମାଝୀ, ସୁନ୍ଧାରୀ ମାଝୀ, ଶ୍ରାବଣୀ ମାଝୀ, ୱାର୍ଡ ମେମ୍ବର ଘାସିରାମ ମାଝୀଙ୍କ ସମେତ ଗ୍ରାମବାସୀ। ତେବେ ଏହାର ସମସ୍ୟା ପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରାଇବାକୁ ସାଧାରଣରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.