ପ୍ରବଳ ବର୍ଷାରେ ଭୂଷିଡି ପଡିଲା ଗୁରୁମଗୁଡା ଗାଁର ଦୁଇଟି ଘର କାନ୍ଥ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାରେ ପ୍ରବଳ ବର୍ଷାରେ ଭୂଷିଡି ପଡିଲା ଦୁଇଟି ଘରର କାନ୍ଥ। ତେବେ ଉଭୟ ପରିବାରର ସଦସ୍ୟ କେହି ଘରେ ନ ଥିବାରୁ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି। ରାୟଗଡା ଜିଲ୍ଲା ସଦର ବ୍ଲକ କନ୍ଧ ମାଲିଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଗୁରୁମଗୁଡା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଗତକାଲି ରାୟଗଡା ତଥା ଏହାର ଆଖପାଖ ଅଞ୍ଚଳରେ ଅପରାହ୍ନରେ ବର୍ଷା ଲାଗି ରହିଥିଲା। ଫଳରେ ଗୁରୁମଗୁଡା ଗାଁରେ ଥିବା ଗେଦେଲା ଚାଣ୍ଟି ଓ କୋଣ୍ଡାଗାରୀ ଦୁର୍ଗେୟାଙ୍କ ଘରର ଦୁର୍ବଳ କାନ୍ଥଗୁଡିକ ଭୁଶୁଡି ପଡିଛି। ତେବେ ଉଭୟ ପରିବାରଙ୍କ ପିଲାମାନେ ସକାଳୁ ସ୍କୁଲକୁ ଯାଇଥିବା ବେଳେ ଦିନ ମଜୁରିଆ ବାପା ମା ବାହାରକୁ ଯାଇଥିବାରୁ ଘର କାନ୍ଥ ଭୁଶୁଡିବା ସମୟରେ ଘରେ କେହି ନଥିବାରୁ ସୌଭାଗ୍ୟ ବଶତଃ କିଛି ଅଘଟଣ ଘଟି ନଥିବା ବେଳେ ଘରେ ଥିବା ଖାଦ୍ୟ ସାମଗ୍ରୀ, ଲୁଗାପଟା, ଟିଭି ଆଦି ଉପରେ କାନ୍ଥ ପଡି ଯିବାରୁ କିଛି କ୍ଷତି ହୋଇଥିବା ଜଣାପଡିଛି। କାନ୍ଥ ପଡ଼ିଯିବା ସମ୍ପର୍କରେ ଗ୍ରାମବାସୀ ତୁରନ୍ତ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିବା ବେଳେ ସରପଞ୍ଚ ରାଜସ୍ବ ନିରୀକ୍ଷକଙ୍କୁ ଘଟଣା ସ୍ଥଳକୁ ଯାଇ ଉଭୟ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ କହିଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ,ଦୀର୍ଘ ୩୪ବର୍ଷ ତଳେ କୋରାପୁଟ ଜିଲ୍ଲାପାଳ ଯୋଗେନ୍ଦ୍ର ପାତ୍ରଙ୍କ ଦ୍ୱାରା ଗୁରୁମଗୁଡା ଗାଁରେ ଇନ୍ଦିରା ଆବାସ ଯୋଜନା ଆନୁକୂଲ୍ୟରେ ୩୦ଟି ଆଦିବାସୀ ଘର ନିର୍ମାଣ କରାଯାଇଥିଲା। ଯାହାର କାନ୍ଥ ଗୁଡିକ ଏବେ ଦୁର୍ବଳ ଅବସ୍ଥାରେ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଲଗାଣ ବର୍ଷାରେ ଘର କାନ୍ଥଗୁଡିକ ଭାଙ୍ଗି ଯାଉଥିବା ଗ୍ରାମବାସୀ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.