ଆଜିଠୁ ଜି-୨୦ ସମ୍ମିଳନୀ : ଏଥରର ଥିମ୍ ‘ବସୁଧୈବ କୁଟୁମ୍ବକମ୍’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ  । ଏଥିପାଇଁ ପୁରା ପ୍ରସ୍ତୁତ ରହିଛି ପ୍ରଗତି ମଇଦାନର ଆଇଟିପିଓ କନଭେନସନ୍ ସେଣ୍ଟର‌ ‘ଭାରତ ମଣ୍ଡପମ । ବିଶ୍ୱ ଦେଖିବ ଭାରତର ନେତୃତ୍ୱ । କାରଣ ଭାରତ ଅଧ୍ୟକ୍ଷତାରେ ୧୮ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି। ଏଥର ସମ୍ମିଳନୀର ଥିମ୍‌ ରହିଛି ‘ବସୁଧୈବ କୁଟୁମ୍ବକମ୍‌’ । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ବ ଗୋଟିଏ ପରିବାର। ଜି-୨୦ ସମ୍ମିଳନୀ ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ଏହାର ସଦସ୍ୟ ରାଷ୍ଟ୍ର ଏବଂ ସ୍ବତନ୍ତ୍ର ଭାବେ ଆମନ୍ତ୍ରିତ ରାଷ୍ଟ୍ରର ମୁଖ୍ୟମାନେ ଭାରତରେ ପହଞ୍ଚିବା ପ୍ରକ୍ରିୟା ଜାରି ରହିଛି। ସେମାନଙ୍କୁ ସ୍ବାଗତ କରିବାପାଇଁ ବିମାନବନ୍ଦରରେ ଭବ୍ୟ ଆୟୋଜନ କରାଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥିମାନଙ୍କୁ ସ୍ବାଗତ କରାଯାଉଛି।

Omkar Vasthu
Omkar Vasthu

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା, ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ଼ୁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଓମାନ ଉପପ୍ରଧାନମନ୍ତ୍ରୀ ଆସାଦ ବିନ ତାରିକ ବିନ ତଇମୁର , ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ‌ମେଲୋନି, ୟୁଏଇ ରାଷ୍ଟ୍ରପତି ସେଖ୍‌ ମହମ୍ମଦ ବିନ ଜାୟେଦ ଅଲ ନହୟାନ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା , ଜର୍ମାନ ଚାନ୍ସଲର ଓଲାଫ୍‌ ସ୍କଲ୍‌ଜ, ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ଏବଂ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଭାରତ ପହଞ୍ଚି ସାରିଛନ୍ତି। ଅନ୍ୟ ବିଶ୍ବନେତାଙ୍କ ଆସିବା ପ୍ରକ୍ରିୟା ଜାରି ରହିଛି ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି କହିଛନ୍ତି, ଏକ ଫଳପ୍ରଦ ସମ୍ମିଳନୀ ହେବ ବୋଲି ଆଶା କରାଯାଉଛି । ମାନବ କୈନ୍ଦ୍ରିକ ଏବଂ ସମାବେଶୀ ବିକାଶ ଦିଗରେ ଜି-୨୦ ସମ୍ମିଳନୀ ଏକ ନୂଆ ଦିଗ ଦେଖାଇବ ବୋଲି ଆଶା କରାଯାଉଛି  ।  ବିଦେଶ ସଚିବ ବିନୟ କ୍ବାତ୍ରା କହିଛନ୍ତି, ଜି-୨୦ ମିଳିତ ଘୋଷଣାପତ୍ରରେ ସମସ୍ତଙ୍କର ସହମତି ପାଇଁ ପ୍ରୟାସ ଜାରି ରହିଛି । ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ କହିଛନ୍ତି, ଆମେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସହ କାମ କରିବା ପାଇଁ ଏବଂ ସେମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାପାଇଁ ସକ୍ଷମ ହୋଇଛୁ । ଜି-୨୦ ବୈଠକ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ନୋ ଫ୍ଲାଏ ଜୋନ୍‌ ହୋଇଛି। ସ୍କୁଲ୍‌, ବ୍ୟାଙ୍କ୍‌ ଏବଂ ସମସ୍ତ ସରକାରୀ ଅଫିସ ବନ୍ଦ ରହିଛି । ୧ ଲକ୍ଷରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। ବାୟୁସୀମା ସୁରକ୍ଷା ପାଇଁ ଯୁଦ୍ଧବିମାନ ମୁତୟନ ହୋଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.