ବେହେରାପାଟିଠାରେ ନର୍ଲା ବିଜେପିର “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଦେଶରେ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ପ୍ରତି ଗାଁ ରୁ ପ୍ରତି ଘରୁ ମାଟି ସଂଗ୍ରହ ଚାଲିଛି । ନର୍ଲା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଘରୁ ମାଟି ସଂଗ୍ରହ ହୋଇ ଜିଲ୍ଲା ସଦର ମହକୁମାକୁ ଯିବ । ସେଠାରୁ ରାଜ୍ୟ ଓ ରାଜ୍ୟରୁ ଦୀଲ୍ଲୀ ଯାଇ ସେଠାରେ ସହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅମୃତ ବାଟିକା ନିର୍ମାଣ କରାଯିବ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ର ବେହେରାପାଟି ଗ୍ରାମରେ ଆଜି ଅପରାହ୍ନ ୪ ଟା ବେଳେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ବାଗ, ବିଷ୍ଣୁ ବଡ଼ପଣ୍ଡା, ନର୍ଲା ମଣ୍ଡଳ ସଂପାଦକ ଅଶୋକ ନାଏକ, ବରିଷ୍ଠ ସଦସ୍ୟ କୁମରମଣି ଶବର, ଅଭୟ ନାଏକ, ଦଶରଥ ସାହୁ, ରାଜୀବ ଲୋଚନ ପୋଢ଼, ବିଜୟ ନାଏକ, ସଞ୍ଜୟ ନାଏକ, ଲୋକନାଥ ବିଶ୍ବାଳ, ଲକ୍ଷ୍ମଣ ଦୀପ, ନିର୍ମଳ ବଗର୍ତ୍ତୀ, ନୀଳ ଭୋଇ, ହର ସା ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ ବିଜେପି ମହିଳା ମୋର୍ଚ୍ଚା ର ସଦସ୍ୟା ମାନେ ସମବେତ ହୋଇ ବେହେରାପାଟି ଶ୍ରୀରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବେହେରାପାଟି ସଂକୀର୍ତ୍ତନ ମଣ୍ଡଳୀ ର ସଂକୀର୍ତ୍ତନ ବାଦ୍ୟ ନାଦରେ ଭାରତୀୟ ଜନତା ପାଟି ଜିନ୍ଦାବାଦ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ ପ୍ରଭୃତି ନାରାଦେଇ ବେହେରାପାଟି ଗ୍ରାମର ଘରକୁ ଘର ଯାଇ ବିଜେପି କର୍ମକର୍ତ୍ତା ମାନେ ସୁସଜ୍ଜିତ କାଳସୀରେ ମାଟି ସଂଗ୍ରହ କରିଥିଲେ । କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ବେହେରାପାଟି ଗ୍ରାମରୁ ଆରମ୍ଭ ହୋଇଛି “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ରେ ମାଟି ସଂଗ୍ରହ ଅଭିଯାନ । ଏହା ନିର୍ବାଚନ ମଣ୍ଡଳୀ ସାରା ପ୍ରତି ଗାଁ ରେ ପର୍ଯ୍ୟାୟ କ୍ରମେ ଏହି ମାଟି ସଂଗ୍ରହ ଅଭିଯାନ ଚାଲିବ । ଏହି ସଂଗୃହିତ ମାଟିରେ ଦୀଲ୍ଲୀ ରେ ନିର୍ମିତ ହେବ ଅମୃତ ବାଟିକା । ଦେଶର ବୀର ସହୀଦ ମାନଙ୍କ ପ୍ରତି ଏହା ଭାରତୀୟ ଜନତା ପାଟିର ଶ୍ରଦ୍ଧାଞ୍ଜଳି ବୋଲି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ନାଏକ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.