ମହାନଦୀ ଯୁବ ସଙ୍ଗଠନ ବିନିକା ତରଫରୁ ଯୁବ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଟାଉନ ହଲ ବିନିକାଠାରେ ସୁବର୍ଣ୍ଣପୁର ଜିଲ୍ଲାର ଯୁବ ଗୋଷ୍ଠୀ, ସ୍ୱେଛାସେବୀ ଓ ସାମାଜିକ ସଂଗଠନ ମାନଙ୍କୁ ନେଇ ସଙ୍ଗଠନର ପ୍ରତିଷ୍ଠାତା କ୍ଷିର ସାଗର ବିଭାରଙ୍କ ସଭାପତିତ୍ବ ତଥା ନେହେରୁ ଯୁବ ସଙ୍ଗଠନ ସୋନପୁର ଓ ମହାନଦୀ ଯୁବ ସଙ୍ଗଠନ ବିନିକା ତରଫରୁ ଆୟୋଜିତ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ  ମୁଖ୍ୟ ଅତିଥି ଭାବେ ମିନତୀ ମିଶ୍ର ପ୍ରିନ୍ସିପାଲ ତରଭା ମହାବିଦ୍ୟାଳୟ, ମୁଖ୍ୟ ବକ୍ତା ଅଦୈତ କୁମାର ପଣ୍ଡା, ସଭାପତି ପ୍ରକାଶ ଅଗ୍ରୱାଲ, ସମ୍ମାନୀତ ଅତିଥି ଭାବେ ରାମ ସାହୁ ଖେଳ ପ୍ରଶିକ୍ଷକ ଧମା ମହାବିଦ୍ୟାଳୟ, ତପସ୍ୱିନୀ ମେହେର ଉପାଧ୍ୟାକ୍ଷା ବିନିକା ଏନ ଏ ସି , ରେଖା ପଧାନ ସିଦ୍ଧର୍ଥ ମହାବିଦ୍ୟାଳୟ, ସନ୍ତୋଷ ପଣ୍ଡା, ବିଜୟ ବରାଇ କାଉନସିଲର, ମୋହନ ମହାନନ୍ଦ, ଗୋପାଳ ଦାସ, କବୟତ୍ରୀ ଅରୁଣିମା ତ୍ରିପାଠୀ, ସୀତାରାମ ଦାସ, ପ୍ରିୟମ୍ବଦା ମିଶ୍ର, ଦୀପାନ୍ୱିତା ମହଣାଙ୍କ ଉପସ୍ଥିତ ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଅନୁଷ୍ଠାନ ଗୁଡିକ ଯଥାକ୍ରମେ ବୁଢାରଜା ସୋନପୁର, ସିୟା ପରିବାର, ଯୁବ ମହାସଂଘ, ଏଚ ଟୁ ଓ ସେବା, ଗଣପତି କ୍ଲବ ଭଳି ଚାଳିଶରୁ ଉର୍ଦ୍ଧ୍ବ ଅନୁଷ୍ଠାନ ଓ ଜିଲ୍ଲାର ଅନେକ ସ୍ଵେଛାସେବୀ ସହ ଧମା ମହାବିଦ୍ୟାଳୟରୁ ବହୁ ଯୁବ ଛାତ୍ର ଯୋଗଦାନ ସହ କାର୍ଯ୍ୟକ୍ରମକୁ ଗୋବିନ୍ଦ ମହଣା, ଯୋଗେଶ ମେହେର, କାହ୍ନl, ପପୁ, ପ୍ରିୟଙ୍କା, ପ୍ଲାବିନି ଆଦି ବିଭାଗୀୟ ସଦସ୍ୟ ସହଯୋଗ କରିଥିଲେ l ଜିଲ୍ଲାର ଚାଳିଶ ଅନୁଷ୍ଠାନ ସହ ଯୁବ ପ୍ରତିଭା ମାନଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିବାବେଳେ ସ୍ୱାଧୀନତାର ବିକାଶନ୍ମୋଖୀ ଭାରତରେ ଯୁବ ଶକ୍ତିକୁ ନିୟୋଜିତ ସହ ଜାତୀୟ ଏକତା ଓ ଉପନିବେଶବାଦ ଉପରେ ଆଲୋକପାତ କରାଯାଇଥିଲା l ଯୁବ ସମ୍ମିଳନୀରେ ମହାନଦୀ ସଂଗଠନର କେତେ ଗୁଡ଼ିଏ ବିଭାଗ ଯଥା ଶିକ୍ଷା ଓ ସାହିତ୍ୟ ବିଭାଗ, ପର୍ଯ୍ୟାବରଣ ଓ ଜଳବାୟୁ ନିୟନ୍ତ୍ରଣ ବିଭାଗ, କଳା ସଂସ୍କୃତି ବିଭାଗ ସହ ଜିଲ୍ଲା କବି କବୟିତ୍ରୀ ମାନଙ୍କ ସାହିତ୍ୟୟନ ଅନୁଷ୍ଠିତ ସଭାରେ ସଦସ୍ୟ ଫଗୁନୁ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.