ଗଞ୍ଜେଇ ସହ ୩ ଯୁବକ ଗିରଫ: ମହିନ୍ଦ୍ରା ପିକଅପ, ବାଇକ୍ ଜବତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର କୁଞ୍ଜ ହୋଟେଲ ଛକ ଠାରେ ସ୍ଥାନୀୟ ପୋଲିସ ର ଏକ ସ୍ବତନ୍ତ୍ର ଟିମ ବିଶ୍ଵସ୍ତ ସୂତ୍ରରୁ ଏକ ଗଞ୍ଜେଇ ଚାଲାଣ ଖବର ପାଇ ଦ୍ରୁତ ଗତିରେ ଆସୁଥିବା ଏକ ସୁପର ସ୍ପ୍ଲେଣ୍ଡର ବାଇକ କୁ ଅଟକାଇ ଥିଲେ। ଯେଉଁ ଥିରେ କି ଦୁଇ ଜଣ ଯୁବକ ଗୋଛପଡା ଅଞ୍ଚଳ ନେଡିପଦର ଗ୍ରାମର ସୁମନ୍ତ ରଣା ଓ ମନମୁଣ୍ଡା ଅଞ୍ଚଳ ତିଲାପଙ୍ଗା ଗ୍ରାମର ଅଙ୍ଗଦ ରଣା ଥିଲେ। ତାଙ୍କୁ ପୋଲିସ ପଚାରିବାରୁ ଆମ ପଛରେ ଏକ ପିକଅପ ଭ୍ୟାନ ଆସୁଥିବା ନେଇ ସୂଚନା ଦେଇଥିଲେ l ଠିକ ୫ ମିନିଟ ପରେ OD15-C 3492 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲେ l ଯେଉଁ ଗାଡି ରୁ କି ୪ ଟି ବସ୍ତା ରେ ସମୁଦାୟ ୧ କ୍ଵିଣ୍ଟାଲ ୧କେଜି ୬୦୦ ଗ୍ରାମ ଗଞ୍ଜେଇ ସହିତ ଉକ୍ତ ବାଇକ ଓ ଦୁଇ ଗୋଟି ମୋବାଇଲ ଜବତ କରିଥିଲେ l ଏବଂ ଉକ୍ତ ବାଇକ ଆରୋହୀ ଙ୍କ ସହଯୋଗୀ ଡ୍ରାଇଭର ବାଉଁଶୁଣି ଥାନା ସାହୁପଡା ର ଆକାଶ ବେହେରା ଙ୍କୁ ମଧ୍ୟ ଗିରଫ କରିଥିଲେ। ପି ଏସ କେସ ନଂ ୨୦୬ ତା ୧୧.୯.୨୦୨୩ U/S 20(b)(ii)(C)/25/29 ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ୩ ଆସାମୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଜି ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି। ଏହି ସମ୍ମିଳନୀ ରେ ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମାସିନୀ ମେହେର ମଧ୍ୟ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.