‘ଜୱାନ’ର ଜଲୱା, ଭାଙ୍ଗିଲା ପଠାନର ରେକର୍ଡ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ବହୁଚର୍ଚ୍ଚିତ କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ‘ଜୱାନ୍’ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ରିଲିଜ୍ ହେବା ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଫିଲ୍ମଟି ରିଲିଜ୍ ହେବାର ଆଜକୁ ପ୍ରାୟ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମଟିର କ୍ରେଜ୍ କମିନି । ଏହି ୧୦ଦିନ ମଧ୍ୟରେ ଭାରତରେ ୪୦୦କୋଟି ଏବଂ ବିଶ୍ବରେ ୭୦୦କୋଟି କ୍ଲବରେ ସାମିଲ ହୋଇ ପଠାନର ରେକର୍ଡକୁ ଭାଙ୍ଗିଛି ‘ଜୱାନ’ । କେବଳ ‘ପଠାନ’ର ନୁହେଁ ଏହି ଫିଲ୍ମଟି ‘ଗଦ୍ଦର-୨’, ‘ବାହୁବଳୀ-୨’ ଓ ‘କେଜିଏଫ’ର ସମସ୍ତ ରେକର୍ଡ ମଧ୍ୟ ଭାଙ୍ଗିଛି ।

Omkar Vasthu
Omkar Vasthu

ରିପୋର୍ଟ ଅନୁଯାୟୀ ଫିଲ୍ମଟି ରିଲିଜ୍ ହେବାର ଦଶମ ଦିନରେ ଦେଶରେ ୩୧.୫୦ କୋଟି ରୋଜଗାର କରିଛି । ଏହା ସହିତ ଫିଲ୍ମଟିର ମୋଟ କଲେକସନ୍ ୪୪୦.୪୮ କୋଟିରେ ପହଞ୍ଚିଛି । ଚଳିତ ବର୍ଷ ଜାନୁଆରୀ ୨୫ରେ ରିଲିଜ୍ ହୋଇଥିବା ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ରେକର୍ଡ ଭାଙ୍ଗିଛି ‘ଜୱାନ୍’ । ଏହି ଫିଲ୍ମଟି ରିଲିଜ୍ ହେବାର ଦଶମ ଦିନରେ ୩୧.୫୦ କୋଟି ରୋଜଗାର କରିଥିବା ବେଳେ ‘ପଠାନ’  ରିଲିଜ୍ ହେବାର ଦଶମ ଦିନରେ  ମାତ୍ର ୧୪ କୋଟି ରୋଜଗାର କରିଥିଲା।

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ ଯେ, ଶାହାରୁଖ ଖାନଙ୍କ ଫିଲ୍ମ ‘ଜବାନ’ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। ରିଲିଜ୍ ହେବାର ୧୦ ଦିନ ମଧ୍ୟରେ ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଛି ଏବଂ ଅନେକ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି । ଅଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ସେଥୁପଥି, ନୟନତାରା ନଜର ଆସିଥିବା ବେଳେ ଏମାନଙ୍କ ସହ ପ୍ରଥମ ଥର ପାଇଂ କାମ କରିଛନ୍ତି ଶାହାରୁଖ ଖାନ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.