ସୁବର୍ଣ୍ଣପୁର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୫୨୦ ଜଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଳାର ବୀରମହାରାଜପୁର ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ଥିବା ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଶିବିର ରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରମିକ ମାନେ ସରକାର ଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ରେ ଅନ୍ତର୍ଭୁକ୍ତ ହେବା ପାଇଁ ସଚେତନ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର୍ ଖାଖା ଶ୍ରମିକମାନେ କିପରି ସରକାରୀ ସୁବିଧା ଅଧିକ ପାଇ ପାରିବେ ସଚେତନ କରିଥିଲେ। ୫୨୦ ଜଣ ହିତାଧିକାରୀ ଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରା ଯାଇଥିଲା। ୨୬ ଜଣ ୧,୪୭,୦୦୦/- ଟଙ୍କା ଶିକ୍ଷା ସହାୟତା, ବିବାହ ସହାୟତା ପାଇଁ ୪୦୦ ଜଣ ଙ୍କୁ ୨,୦୦,୦୦୦,୦୦/- ଟଙ୍କା, ପ୍ରସୂତି କାଳୀନ ସହାୟତା ୩୧ ଜଣ ଙ୍କୁ ୩,୧୦,୦୦୦ ଟଙ୍କା, ଅନ୍ତେଷ୍ଟି କ୍ରିୟା ପାଇଁ ୭ ଜଣ ଙ୍କୁ ୩୫,୦୦୦/- ଟଙ୍କା, ମୃତ୍ୟୁ କାଳୀନ ସହାୟତା ୫୬ ଜଣ ଙ୍କୁ ୧,୦୧,୦୦୦,୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଅନ୍ୟ ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ଲୁହା, ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରକାନ୍ତି ଦନ୍ତା, ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣା, ବ୍ଲକ୍ ବିଡିଓ ମୋତିଲାଲ ସୁଲିଆ ଯୋଗ ଦେଇଥିଲେ। ଏହି ଶିବିର ରେ ୧୦୦୦ ରୁ ଉର୍ଦ୍ଧ୍ବ ଜଣ ଶ୍ରମିକ ଯୋଗ ଦେଇଥିଲେ। ଶ୍ରମ କାର୍ଯ୍ୟାଳୟ ଡିଇଓ ବାଙ୍କ ବିହାରୀ ମହଲା ମଞ୍ଚ ପରିଚାଳନା କରିଥିଲେ। ଶ୍ରମ କାର୍ଯ୍ୟାଳୟ ର ଅନ୍ୟ କର୍ମଚାରୀ ଶ୍ରୀମତୀ ଅନିତା ନାଗ, ଡବ୍ଲୁସି ପ୍ରିୟଦର୍ଶିନି ପ୍ରଧାନ, ନାରାୟଣ ବିଶି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର୍ ଖାଖା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.