ଜନ ଜାଗରଣ ପାଇଁ ଓବିସି ମଞ୍ଚର ସାଂଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ହୋଟେଲ୍ ପ୍ରୋଗ୍ରେସଇନ୍ ଠାରେ ରାଜ୍ୟ ଓବିସି ମଞ୍ଚର ସୁବର୍ଣ୍ଣପୁର ଜିଲ୍ଲା ଶାଖା ଆବାହକ ପ୍ରିୟବ୍ରତ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଂଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର ଯୋଗଦେଇ ରାଜ୍ୟରେ ସମୁଦାୟ ବାସକରୁଥିବା ଓବିସିଙ୍କ ହାର ଯଦିଓ ୫୨ ପ୍ରତିଶତ ରହିଛି ତେବେ ପ୍ରତି କ୍ଷେତ୍ରରେ ତାଙ୍କୁ ଅବହେଳିତ କରି ରଖାଯାଇ ସଂରକ୍ଷଣ ପାଇଁ ତାଙ୍କୁ ନଜରଅନ୍ଦାଜ୍ କରାଯାଇଛି ଯଦିଓ କର୍ମକ୍ଷେତ୍ରରେ ଓବିସି ଜାତି କୁଶଳୀଭାବରେ ଖ୍ୟାତି ଅର୍ଜନ କରିଛନ୍ତି ତଥାପି ତାଙ୍କୁ ଉଚ୍ଚଜାତିର ସମସ୍ତେ ବ୍ୟବହାର କରିଛନ୍ତି ସିନା କେହି କେବେ ତାଙ୍କର ଆର୍ଥିକ ମାନଦଣ୍ଡରେ ସୁଧାର ଆଣି ସମ୍ମାନର ସହ ବଞ୍ଚିବାକୁ କୌଣସି ପ୍ରୟାସ କରିନାହାନ୍ତି । ଏଣୁ ଆନ୍ଦୋଳନ ନୁହେଁ ସମସ୍ତେ ସଚେତନ ହୋଇ ନିଜର ହକ ଜାହିର ପାଇଁ ଏକଜୁଟ ହୋଇ ଆଗେଇ ଆସିବାକୁ ଉପସ୍ଥିତ ପ୍ରତିନିଧି ମଣ୍ଡଳୀଙ୍କୁ ଆହ୍ୱାନ ଦେଇଥିଲେ। ଶିକ୍ଷା, ନିଯୁକ୍ତି, ରାଜନୈତିକ ସଂରକ୍ଷଣ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ଏଭଳି ଅବହେଳାକୁ ପ୍ରତିହତ କରିବାକୁ ଓବିସି ବର୍ଗର ସମସ୍ତେ ଅଧିକରୁ ଅଧିକ ଏହି ମଞ୍ଚରେ ସାମିଲ ହୋଇ ଆଗକୁ ନିଜର ହକ ଜାହିର ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ସମସ୍ତେ ମତବ୍ୟକ୍ତ କରିଥିଲେ। ରାଜ୍ୟର ଓବିସି ବର୍ଗର ସମସ୍ତଙ୍କୁ ଏକଜୁଟ କରିବାକୁ ନୁଆଁଖାଇ ପରେ ଏକ ସଚେତନତା ରଥ ରାଜ୍ୟ ସାରା ପରିକ୍ରମା ସହ ପଦଯାତ୍ରା କରି ସମସ୍ତଙ୍କୁ ସଚେତନ କରାଇବା ପାଇଁ ମଞ୍ଚର ନିଷ୍ପତ୍ତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ସୁରେଶ ମହଲା, ଶିବରାମ ସାହୁ୍, ସୁରେଶ ପାତ୍ର, ପ୍ରଦ୍ୟୁମ୍ନ କୁମାର ସାହୁ, ସ୍ଵାଧିନ ମେହେର, ଦିଲିପ ପାତ୍ର, ଶଙ୍କର ବିଶି, ସାନନ୍ଦ ମେହେର, ସରୋଜ ପ୍ରଧାନ, ଅଶ୍ଵିନୀ ମହାକୁର, ରାମନାରାୟଣ ଭୋଇ, ଇଶ୍ଵର ଚନ୍ଦ୍ର ବିଶି, ଗୋପାଲ ସା,ପ୍ରକାଶ ମହାକୁଡ, କୃଷ୍ଣ ଚନ୍ଦ୍ର କମ୍ପ, କର୍ଣ୍ଣ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.